କେନ୍ଦ୍ରାପଡ଼ା, ୧୯ ଫେବୃଆରୀ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଜଣେ ଅସହାୟ ବୃଦ୍ଧାର ଗତ ୨ ବର୍ଷରୁ ଉର୍ଦ୍ଧ୍ୱ ହେବ ରାସନ ସାମଗ୍ରୀ ହଡପ ହେଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଅଙ୍ଗୁଳାଇ ପଂଚାୟତର ସ୍ୱର୍ଗତ ରଘୁ ଚରଣ ନାଥଙ୍କ ବିଧବା ପତ୍ନୀ ଗୁଲମଣି ନାଥଙ୍କର ରାସନ ସାମଗ୍ରୀକୁ ସେହି ଗ୍ରାମର ୨ଜଣ ବ୍ୟକ୍ତି ଓ କଣ୍ଟ୍ରୋଲ ଡିଲର ଚଂଚକତା କରି ୨୦୨୨ ମସିହା ଠାରୁ ରାସନ ସାମଗ୍ରୀ ଦେଉ ନଥିବା ବିଧବା ମହିଳା ଜଣକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । କଣ୍ଟ୍ରୋଲ ଡିଲର ବିଧବା ମହିଳାଙ୍କୁ ରାସନ କାର୍ଡ କଟି ଯାଇଥିବା କହୁଥିବା ବେଳେ ପ୍ରକୃତରେ ୨୦୨୨ ମସିହାରୁ ଏହି ମହିଳାଙ୍କର ରାସନ ସାମଗ୍ରୀ କୁ ହଡପ କରୁଥିବା ନେଇ ମହିଳା ଜଣକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ରାସନ ସାମଗ୍ରୀ ପାଇବା ସହିତ ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବିଧବା ମହିଳା ଶ୍ରୀମତୀ ନାଥ ତାଙ୍କ ଅଭିଯୋଗଟି ମାନ୍ୟବର ମୁଖ୍ୟମନ୍ତ୍ରୀ, ଖାଦ୍ୟମନ୍ତ୍ରୀ, ବିଡିଓ ଓ ମାର୍ଶାଘାଇ ଥାନାକୁ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି