ପାକିସ୍ତାନର ବଲୁଚିସ୍ତାନରେ ବୋମା ବିସ୍ଫୋରଣ : ୧୧ ମୃତ, ୪ ଶ୍ରମିକ ଆହତ
ଇସଲାମାବାଦ, ୧୪ ଫେବୃଆରୀ (ହି.ସ.)- ପାକିସ୍ତାନର ବଲୁଚିସ୍ତାନରେ ଆଜି ସକାଳେ ଘଟିଯାଇଥିବା ବୋମା ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି । ବଲୁଚିସ୍ତାନ ଦୀର୍ଘ ସମୟ ଧରି ଅଶାନ୍ତ ରହିଛି । ସୁବେ ର ସୀମା ଗୁଡିକ ଆଫଗାନିସ୍ତାନକୁ ଲାଗି ରହିଛି । ପାକିସ୍ତାନ ଅ
ପାକିସ୍ତାନର ବଲୁଚିସ୍ତାନରେ ବୋମା ବିସ୍ଫୋରଣ : ୧୧ ମୃତ, ୪ ଶ୍ରମିକ ଆହତ


ଇସଲାମାବାଦ, ୧୪ ଫେବୃଆରୀ (ହି.ସ.)- ପାକିସ୍ତାନର ବଲୁଚିସ୍ତାନରେ ଆଜି ସକାଳେ ଘଟିଯାଇଥିବା ବୋମା ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି । ବଲୁଚିସ୍ତାନ ଦୀର୍ଘ ସମୟ ଧରି ଅଶାନ୍ତ ରହିଛି । ସୁବେ ର ସୀମା ଗୁଡିକ ଆଫଗାନିସ୍ତାନକୁ ଲାଗି ରହିଛି । ପାକିସ୍ତାନ ଅଭିଯୋଗ ଲଗାଇଛି ଯେ, ଆଫଗାନ ଆତଙ୍କବାଦୀ ଅଂଚଳରେ ହିଂସା ଓ ରକ୍ତପାତ କରି ଅଶାନ୍ତି ସୃଷ୍ଟି କରୁଛି ।

ଦ ନ୍ୟୁଜ ଇଂଟରନେଶନାଲ ସମାଚାର ପତ୍ର ନିଜ ସହଯୋଗୀ ସମାଚାର ଚ୍ୟାନେଲ ଜିୟୋ ନ୍ୟୁଜର ସୂତ୍ରରୁ ଏହି ଖବର ନିଜ ୱେବସାଇଟରେ ପ୍ରକାଶିତ କରିଛି । ଦ ନ୍ୟୁଜ ଅନୁସାରେ ଏହି ବିସ୍ଫୋରଣ ହରନାଇ ଜିଲ୍ଲାର ଶାହରାଗ ଅଂଚଳରେ ହୋଇଛି । ଏହି ବିସ୍ଫୋରଣ ଏତେ ଜୋରଦାର୍ ଥିଲା ଯେ, ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା, ୪ ଜଣ ଆହତ ହୋଇଥିଲେ ।

ହରନାଇ ର ଡେପୁଟି କମିଶନର ହଜରତ ବଲି କାକର କହିଛନ୍ତି ଯେ, କୋଇଲା ଖନନକାରୀ ଶ୍ରମିକ ମାନଙ୍କୁ ନେଇ ଯାଉଥିବା ଗାଡି ଉପରକୁ ବୋମା ଫିଙ୍ଗା ଯାଇଥିଲା । ୯ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏବଂ ଗୁରୁତର ଅନ୍ୟ ଦୁଇ ଜଣଙ୍କର ଏହାର କିଛି ସମୟ ପରେ ମୃତ୍ୟୁ ଘଟିଥିଲା । ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଆହତ ମାନଙ୍କ ମଧ୍ୟରୁ କେତେକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସେମାନଙ୍କୁ କ୍ୱେଟା ନେଇଯିବାକୁ ବ୍ୟବସ୍ଥା କରାଯାଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande