ଧାନ ମଣ୍ଡିକୁ ଯାଇନି, ପନ୍ଦର ଦିନ ପୂର୍ବରୁ ଟୋକନ କଟାଯାଇ ବ୍ଯାଙ୍କରୁ ଟଂକା ପାଇସାରିଲେଣି ଲୋକ; ତଦନ୍ତ ଦାବି
ଗଂଜାମ, ୨୨ ଫେବୃଆରୀ (ହି.ସ.)- ଗଂଜାମ ଜିଲାରେ ମଣ୍ଡିକୁ ନେଇ ବହୁ ଅବ୍ଯବସ୍ଥା ଘଟଣା ଲୋକ ଲୋଚନକୁ ଆସିଛି । ବର୍ତ୍ତମାନ ଆଉ ଏକ ତାଜୁବ କଲାଭଳି ଘଟଣା ସାମ୍ନାକୁ ଆସିଛି। ଛୋଟ ଚାଷୀ ମାନେ ମଣ୍ଡିକୁ ଧାନ ଦେବା ପାଇଁ ଦୀର୍ଘ ଦିନ ହେଲା ଅପେକ୍ଷା କରିଥିଲେ ମଧ୍ୟ ସେମାନଙ୍କ ଧାନ ନିଆଯାଉନାହିଁ । କିନ୍ତ
ଧାନ ମଣ୍ଡିକୁ ଯାଇନି, ପନ୍ଦର ଦିନ ପୂର୍ବରୁ ଟୋକନ କଟାଯାଇ ବ୍ଯାଙ୍କରୁ ଟଂକା ପାଇସାରିଲେଣି ଲୋକ; ତଦନ୍ତ ଦାବି


ଗଂଜାମ, ୨୨ ଫେବୃଆରୀ (ହି.ସ.)- ଗଂଜାମ ଜିଲାରେ ମଣ୍ଡିକୁ ନେଇ ବହୁ ଅବ୍ଯବସ୍ଥା ଘଟଣା ଲୋକ ଲୋଚନକୁ ଆସିଛି । ବର୍ତ୍ତମାନ ଆଉ ଏକ ତାଜୁବ କଲାଭଳି ଘଟଣା ସାମ୍ନାକୁ ଆସିଛି। ଛୋଟ ଚାଷୀ ମାନେ ମଣ୍ଡିକୁ ଧାନ ଦେବା ପାଇଁ ଦୀର୍ଘ ଦିନ ହେଲା ଅପେକ୍ଷା କରିଥିଲେ ମଧ୍ୟ ସେମାନଙ୍କ ଧାନ ନିଆଯାଉନାହିଁ । କିନ୍ତୁ, ଶେରଗଡ ବ୍ଲକ ପିତ୍ତଳ ସେବା ସମବାୟ ସମିତିରୁ ଏକ ତାଜୁବ ଘଟଣା ଲୋକ ଲୋଚନକୁ ଆସିଛି । ଏଇଠି ସମିତି ସଭାପତି, ସଂପାଦକ, ସହସଂପାଦକ ଓ ସମିତି କର୍ମକର୍ତ୍ତାଙ୍କ ସଂପର୍କୀୟଙ୍କ ଧାନ ମଣ୍ଡିକୁ ଯାଇନଥିଲେ ସୁଦ୍ଧା ପନ୍ଦର ଦିନ ପୂର୍ବରୁ ସେମାନଙ୍କ ଟୋକନ କଟାଯାଇ ବ୍ଯାଙ୍କରୁ ଟଂକା ପାଇସାରିଲେଣି। ଏହି ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ଗଂଜାମ ଜିଲ୍ଲାପାଳ ଘଟଣାର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande