ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ଆକଳନଠୁ ଅଧିକ ମରାମତି ଆବଶ୍ୟକତା କରୁଛି ରତ୍ନଭଣ୍ଡାର । ଡେଡଲାଇନରୁ
ବିଳମ୍ବିତ ହେଉଛି କାରଣ ମରାମତି କାମ ସରିନାହିଁ। ଯେତିକି ଆକଳନ କରାଯାଇଥିଲା ତା ଠୁ ଅଧିକ
ମରାମତି କାମର ଆବଶ୍ୟକତା ରହିଛି।ପୁରା ଆକଳନ ଏପର୍ଯ୍ୟନ୍ତ ହୋଇପାରିନି।ଆଉ ମାସେ କିମ୍ବା ଦୁଇ
ମାସ ଲାଗିବ ମରାମତି ପାଇଁ, ଏହାପରେ ଗଣତି
ମଣତି ପ୍ରକ୍ରିୟା ଆରମ୍ଭ କରିପାରିବୁ ବୋଲି
କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ତେବେ ରଥଯାତ୍ରା ପୂର୍ବରୁ ଗଣତି ମଣତିର
ପ୍ରକ୍ରିୟା ଶେଷ କରାଯିବ ।
ଏଏସଆଇକୁ ମନ୍ଦିର ପ୍ରଶାସନ ମରାମତି ପାଇଁ ସମୟ ଦେଉନଥିବା ଅଭିଯୋଗ ଉପରେ ମନ୍ତ୍ରୀ
ପ୍ରତିକ୍ରିୟା ରଖିଛନ୍ତି ।ମହାପ୍ରଭୁ
ରୀତିନୀତି ସହିତ ମରାମତି ଚାଲୁଛି, ରୀତିନୀତି ଚାରିରୁ
ପାଞ୍ଚ ଘଣ୍ଟା କଢ଼ାଯାଇ ମରାମତି ପାଇଁ ସମୟ ଦିଆଯାଉଛି। ପ୍ରଶାସନ ସମୟ ଦେଉନାହିଁ ଭୁଲ କଥା, ଏଏସଆଇର ସହମତିରେ କାମ ଚାଲିଛି ବୋଲି ପୃଥ୍ୱୀରାଜ ହରିଚନ୍ଦନ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା