ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ଏନଆଇଏଫଟି ନିର୍ଦେଶକ
ରାଜେଶ କୁମାର ଝାଙ୍କ ବିସ୍ପୋରକ ବୟାନ। କିଟ୍ ସରକାରଙ୍କ ସର୍ବ ସାଧାରଣ ରାସ୍ତା ଅବରୋଧ
କରିଥିବାରୁ ନାହିଁ ନଥିବା ସମସ୍ୟାରେ ପଡୁଛନ୍ତି ଏନଆଇଏଫଟିର ଛାତ୍ର ଛାତ୍ରୀ।
କିଟ୍ ସିକ୍ୟୁରିଟି ରାସ୍ତା ନ
ଛାଡୁ ଥିବାରୁ କିଟ୍ ମେନ ଗେଟରେ ସଦା ସର୍ବଦା ୨୪ ଘଣ୍ଟିଆ ଏନଆଇଏଫଟିପକ୍ଷରୁ ସିକ୍ୟୁରିଟି ଛିଡ଼ା
କରିବାକୁ ପଡୁଛି। ପାର୍ଶଲ ଆସିଲେ କି ଜୋମାଟୋ, ସ୍ୱଗିରେ ଖାଦ୍ୟ ଆସିଲେ କିଟ୍ ଅକ୍ତିଆର
କରିଥିବା ମୁଖ୍ୟ ଫାଟକକୁ ଛାତ୍ର ଛାତ୍ରୀଙ୍କୁ ଯିବାକୁ ପଡୁଛି। କିଟ୍ ସର୍ବସାଧାରଣ ରାସ୍ତା
ଅବରୋଧ କରିବା ଘଟଣାକୁ ନେଇ ସବୁ ପ୍ଲାଟଫର୍ମରେ ଏନଆଇଏଫଟିପକ୍ଷରୁ ଜଣାଇ ଦିଆଯାଇଛି। ଅବଶ୍ୟକ
ପଡ଼ିଲେ ରାଜ୍ୟ ସରକାର ଯାହା ପ୍ରଶ୍ନ କରିବେ ସେ ସମ୍ପର୍କରେ ଉତ୍ତର ରଖାଯିବା ସହ ସରକାରଙ୍କୁ ସମସ୍ତ
ପ୍ରସଙ୍ଗରେ ଅବଗତ କରାଇ ଦିଆଯିବ ବୋଲି ଏନଆଇଏଫଟି ନିର୍ଦେଶକ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା