Bhubaneswar, 24 ଫେବ୍ରୁଆରି (ହି.ସ.)
ଫେରାର ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଜୟପୁର ଏନ. କେ.ଟି ରୋଡର ଏମ କାମେଶ୍ୱର । ସୁଚନା ଅନୁଯାଇ ଜୟପୁର ଏନ. କେ.ଟି ରୋଡର ଏମ କାମେଶ୍ୱର ନାମରେ ଟାଉନ ଥାନାରେ ୨୦୨୦ ମସିହାରୁ ଅପରାଧିକ ମାମଲା ରହିଥିଲ । ସେହି ଦିନ ଠାରୁ ସେ ଫେରାର ଥିବା ବେଳେ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଟାଉନ ଥାନା ଅଧିକାରି ଇଶ୍ୱର ତାଣ୍ଡି ସୁଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପବନ