ଶରତଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ମାଲକାନଗିରି, ୨୪ ଫେବୃଆରୀ (ହି.ସ.)- ମାଲକାନଗିରି ସଦର ମହକୁମା ଡି.ଏନ.କେ ଛକ ଠାରେ ଥିବା ଶରତଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପଞ୍ଚମ ବାର୍ଷିକ ଉତ୍ସବ ଅଧ୍ୟକ୍ଷା ପ୍ରଶାନ୍ତି ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ (ରାଜସ୍ବ) ଯୋଗଦାନ କରି ଛା
ଶରତଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ


ମାଲକାନଗିରି, ୨୪ ଫେବୃଆରୀ (ହି.ସ.)- ମାଲକାନଗିରି ସଦର ମହକୁମା ଡି.ଏନ.କେ ଛକ ଠାରେ ଥିବା ଶରତଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପଞ୍ଚମ ବାର୍ଷିକ ଉତ୍ସବ ଅଧ୍ୟକ୍ଷା ପ୍ରଶାନ୍ତି ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ (ରାଜସ୍ବ) ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଚରିତ୍ର ଗଠନ ସହିତ ମାନବିକ ମୂଲ୍ୟବୋଧ ରଖି ଜୀବନର ଲକ୍ଷ୍ୟ ପୂରଣ କରିବାକୁ ପରାମର୍ଶ ଦେଇଥିଲେ l ମୁଖ୍ୟବକ୍ତା ଶୁଭଞ୍ଜନ ମହାପାତ୍ର ଡେପୁଟି କମାଣ୍ଡାଣ୍ଟ ସୀମା ସୁରକ୍ଷା ବଳ ମାଲକାନଗିରି ଯୋଗଦାନ କରି ଛାତ୍ରଛାତ୍ରୀ କିପରି ଶୃଙ୍ଖଳିତ ହେବା ସହିତ ଦେଶର କଲ୍ୟାଣରେ ନିୟୋଜିତ ହୋଇପାରିବେ ସେ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ l ସ୍ୱତନ୍ତ୍ର ଅତିଥି ଡକ୍ଟର ରଞ୍ଜନ କୁମାର ସ୍ୱାଇଁ ଓଡିଶା ବାଣିଜ୍ୟ ସଂଘ ଉପସଭାପତି ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଦଣ୍ଡ ନଦେଇ କ୍ଷମା ଦ୍ୱାରା ଅତି ସୁନ୍ଦର ଭାବେ ସହଜରେ ଶିକ୍ଷା ଗ୍ରହଣ କରି ସୁନାଗରିକ ହେବା ପାଇଁ ଆହ୍ୱାନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସଭାପତି ସୁବ୍ରତ କୁମାର ଚୌଧୁରୀ (ଶିକ୍ଷାବିତ୍) ଛାତ୍ରଛାତ୍ରୀଙ୍କୁ କିପରି ଭଲ ପାଠ ପଢି ଦେଶ ଗଠନରେ ସହାୟକ ହେବା ପାଇଁ ପରାମର୍ଶ ଦେଇଥିଲେ l

ସଭା ପ୍ରାରମ୍ଭରେ ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ବାଗତ ସଙ୍ଗୀତ ସହିତ ଶିକ୍ଷକ ଦିପକ ମାଝିଙ୍କ ଦ୍ୱାରା ଅତିଥି ପରିଚୟ ପ୍ରଦାନ କରିଥିଲେ l ବାର୍ଷିକ ବିବରଣୀ ପାଠ କରିବା ସହିତ ବିଦ୍ୟାଳୟର ସମସ୍ୟା ବିଷୟରେ ଅଧ୍ୟକ୍ଷା ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ସଭା ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉତ୍କଣ୍ଠାର ସହିତ ସହଯୋଗ କରିଥିଲେ l ସସ୍ମିତା ପଟ୍ଟନାୟକ, ଅସୀମ ହାଲଦାର,ଭାଗ୍ୟଲତା, ଅଜିତ, ମନୀଷା,ସୁପଦ, ବାଲେଶ୍ୱର ଏବଂ ଅଣଶିକ୍ଷକ କର୍ମଚାରୀ, ବୁଦ୍ଧିଜୀବୀ, ଅଭିଭାବକମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande