ପେପ୍ଟିକ୍ ଅଲ୍ସର ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର
ଗଞ୍ଜାମ, ୨୪ ଫେଵୃଆରୀ (ହି.ସ.)- ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ପେପ୍ଟିକ୍ ଅଲ୍ସର ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ କହିଲେ, ଆଧୁନିକ ଜୀବନ ଶୈଳୀରେ ବାହାରର ରାଗ, ଖଟା, ତେଲ ଛଣା ଖାଦ୍ୟ ଖାଇବା
ପେପ୍ଟିକ୍ ଅଲ୍ସର ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର


ଗଞ୍ଜାମ, ୨୪ ଫେଵୃଆରୀ (ହି.ସ.)- ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ପେପ୍ଟିକ୍ ଅଲ୍ସର ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ କହିଲେ, ଆଧୁନିକ ଜୀବନ ଶୈଳୀରେ ବାହାରର ରାଗ, ଖଟା, ତେଲ ଛଣା ଖାଦ୍ୟ ଖାଇବା ବିଳମ୍ବିତ ରାତ୍ର ଅନିଦ୍ରା, ଖରାରେ ଅଧିକ କାମ କରିବା ଓ ଯେଉଁ ବ୍ଯକ୍ତିର ତୀକ୍ଷ୍ଣ ଅଗ୍ନି, କ୍ଲେଦକ କଫ କ୍ଷୀଣ ସେହିମାନଙ୍କ ଆମାଶୟ, ଉଦରରେ ଅମ୍ଳ ସଞ୍ଚୟ ହୋଇ ଶୋଥ ଜାତ ହୁଏ। ଶୂଳ, ଜ୍ଵଳନ, ଅମ୍ଳ ହାକୁଟି, ଭ୍ରମ ଲକ୍ଷଣ ପ୍ରକାଶ ପାଏ। କାରଣକୁ ଛାଡି ଜୀରା, ଧନିଆ, ମେଥି, ପାନମଧୁରୀ ପାଣିରେ ରାତ୍ର ବତୁରାଇ ସକାଳୁ ସବୁ ଚୋବାଇ ଖାଇଲେ ଭଲ ହୋଇଯାଏ।

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande