୧୭ ତମ ବଲାଙ୍ଗୀର ବହିହାଟ- ୨୦୨୫ ଫେବ୍ରୁଆରୀ ୭ ରୁ ଅନୁଷ୍ଠିତ ହେବ
ବଲାଙ୍ଗିର, 23 ଫେବ୍ରୁଆରି (ହି.ସ.)ଫେବୃଆରୀ ୨୪ ରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଲେଖକ ପରିଷଦ ତରଫରୁ ୧୦ ଦିନ ଧରି ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରେ ' ୧୭ ତମ ବଲାଙ୍ଗୀର ବହିହାଟ- ୨୦୨୫ ଅନୁଷ୍ଠିତ ହେବ ବୋଲି ଆଜି ପରିଷଦ ପକ୍ଷରୁ ପ୍ରକାଶ କରାଯାଇଛି । ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବ
୧୭ ତମ ବଲାଙ୍ଗୀର ବହିହାଟ- ୨୦୨୫ ଫେବ୍ରୁଆରୀ ୭ ରୁ ଅନୁଷ୍ଠିତ ହେବ


ବଲାଙ୍ଗିର, 23 ଫେବ୍ରୁଆରି (ହି.ସ.)ଫେବୃଆରୀ ୨୪ ରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଲେଖକ ପରିଷଦ ତରଫରୁ ୧୦ ଦିନ ଧରି ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରେ ' ୧୭ ତମ ବଲାଙ୍ଗୀର ବହିହାଟ- ୨୦୨୫ ଅନୁଷ୍ଠିତ ହେବ ବୋଲି ଆଜି ପରିଷଦ ପକ୍ଷରୁ ପ୍ରକାଶ କରାଯାଇଛି ।

ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ପରିଷଦର ସଭାପତି ମଳୟମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସମ୍ପାଦକ କପିଳେଶ୍ବର ଖମାରୀ , ଉପ- ସଭାପତି ମୁରଲୀଧାରୀ ପତି , ଯୁଗ୍ମ -ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜୀ , ସହ-ସମ୍ପାଦକ ରଘୁନନ୍ଦନ ସିଂ, କୋଷାଧ୍ୟକ୍ଷ ତଥା ସଂଯୋଜକ ଅଜିତ କୁମାର ମହାନ୍ତି ଏବଂ ଚଳିତ ବହିହାଟର ମୁଖ୍ୟ- ସଂଯୋଜକ ଡ ଶ୍ରୀକର ମିଶ୍ର ପ୍ରମୁଖ ଯୋଗ ଦେଇ ବହିହାଟର କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ଏହି ଅନୁଯାୟୀ , ଏଥିରେ ଗଳ୍ପ ଆଲୋଚନା , କବିତା ଆଲୋଚନା , କୋଶଳୀ ସାହିତ୍ୟ ଆଲୋଚନା , ହାସ୍ୟବ୍ୟଙ୍ଗ , ସାହିତ୍ୟ ଆଲୋଚନା , ଲେଖିକା ଆସର , ବଲାଙ୍ଗୀରର ସମସ୍ୟା , କୁଇଜ୍ , ସମ୍ବର୍ଦ୍ଧନା , ପୁସ୍ତକ ଉନ୍ମୋଚନ , ସ୍ମରଣିକା 'କୋଶଳାୟନ' ଉନ୍ମୋଚନ , ବହିହାଟ ସମ୍ମାନ ପ୍ରଦାନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା ଦିଆଯାଇଥିଲା ।

ଶେଷରେ ଉପସଭାପତି ମୁରଲୀଧାରୀ ପତି ଧନ୍ୟବାଦ ଦେଇଥିଲେ

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande