ଡେଲି ପାସେଞ୍ଜର୍ ରେଳଗାଡ଼ି ଚାଲିବା ପାଇଁ ରେଳମନ୍ତ୍ରୀଙ୍କୁ ଦାବିପତ୍ର
କେନ୍ଦ୍ରାପଡ଼ା, ୨୩ ଫେବୃଆରୀ(ହି.ସ.) – ପାରାଦ୍ୱୀପ-ହରିଦାସପୁର ରେଳପଥରେ କେନ୍ଦ୍ରାପଡ଼ା ଷ୍ଟେସନ୍‌ରୁ କଟକରୁ ଭୁବନେଶ୍ୱର ଡେଲି ପାସେଞ୍ଜର ଚାଲିବା ପାଇଁ ରେଳମନ୍ତ୍ରୀଙ୍କୁ ସମାଜସେବୀ ସମୀର ଚାନ୍ଦ କେନ୍ଦ୍ରାପଡ଼ା ଷ୍ଟେସନ୍ ମାଷ୍ଟର୍ କାହ୍ନୁଚରଣ ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିସହିତ ରେଳମନ
ଡେଲି ପାସେଞ୍ଜର୍ ରେଳଗାଡ଼ି ଚାଲିବା ପାଇଁ ରେଳମନ୍ତ୍ରୀଙ୍କୁ ଦାବିପତ୍ର


କେନ୍ଦ୍ରାପଡ଼ା, ୨୩ ଫେବୃଆରୀ(ହି.ସ.) – ପାରାଦ୍ୱୀପ-ହରିଦାସପୁର ରେଳପଥରେ କେନ୍ଦ୍ରାପଡ଼ା ଷ୍ଟେସନ୍‌ରୁ କଟକରୁ ଭୁବନେଶ୍ୱର ଡେଲି ପାସେଞ୍ଜର ଚାଲିବା ପାଇଁ ରେଳମନ୍ତ୍ରୀଙ୍କୁ ସମାଜସେବୀ ସମୀର ଚାନ୍ଦ କେନ୍ଦ୍ରାପଡ଼ା ଷ୍ଟେସନ୍ ମାଷ୍ଟର୍ କାହ୍ନୁଚରଣ ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିସହିତ ରେଳମନ୍ତ୍ରୀ, ପ୍ରଧାନମନ୍ତ୍ରୀ, କେନ୍ଦ୍ରାପଡା ସାଂସଦ, କେନ୍ଦ୍ରାପଡ଼ା ବିଧାୟକଙ୍କୁ ଦାବିପତ୍ର ଦେଇଛନ୍ତି। ପ୍ରତ୍ୟେକ ଦିନ କଟକ, ଭୁବନେଶ୍ୱରକୁ ରେଳ ଚାଲିଲେ। ସାଧାରଣ ଲୋକେ ଅନେକ ଉପକୃତ ହେବେ। କଟକ, ଭୁବନେଶ୍ୱରରେ ପହଂଚିଲେ ଦୂରଦୂରାନ୍ତ ଯିବାପାଇଁ ଅନେକ ସୁବିଧା ଉପଲବ୍ଧ ପାଇବେ। ଟିକେଟ୍‌ର ମୂଲ୍ୟ କମ୍ ହୋଇଥିବାରୁ ଆର୍ôଥକ ଦୃଷ୍ଟିରୁ କେନ୍ଦ୍ରାପଡ଼ା ଲୋକମାନେ ସହାୟତା ପାଇବେ। ଏହି ରେଳ ଚଳାଚଳ ହେଲେ ଚାଷୀ ଓ ବ୍ୟବସାୟୀ ସଂଘ ଉଭୟ ଲାଭକୃତ ହେବେ। ଚାଷ ଉପଯୋଗୀ ଉପକରଣ ଓ ଅନ୍ୟାନ୍ୟ ପ୍ରତ୍ୟେକ ଦ୍ରବ୍ୟ ଯାତାୟତରେ ସୁବିଧା ପାଇପାରିବା ଭିନ୍ନକ୍ଷମ ଲୋକମାନଙ୍କୁ ବସ୍ ଯାତାୟତରେ ବହୁତ ବାଧାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ରେଳ ଚଳାଚଳ ଦ୍ୱାରା ଭିନ୍ନକ୍ଷମ ଲୋକମାନଙ୍କୁ ଅନେକ ସେବା ମିଳିପାରିବ। ଦୂର ଦୂରରୁ ଆସୁଥିବା ବ୍ୟବସାୟୀ ଲୋକେ ବସ୍‌ରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ରେଳର ଯାତାୟତ ହେଲେ ସେମାନେ ସୁବିଧାରେ ଯାତାୟତ କରିପାରିବେ। ଏଥିସହିତ କେନ୍ଦ୍ରାପଡ଼ା ଆର୍ôଥକ ସ୍ତରରେ ଉନ୍ନତି କରିପାରିବ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande