ଜୟପୁର, ୨୩ ଫେବ୍ରୁଆରି (ହି.ସ.) - ଓଡିଶା ଡ୍ରାଇଭର ମହାସଂଘ ଓ ଜୟପୁର ମୋଟର କର୍ମଚାରୀ ସପ୍ସଘ ପକ୍ଷରୁ ଆସନ୍ତା ସୋମବାର ଠାରୁ ଡ୍ରାଇଭର ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଲିଖିତ ଭାବେ ଟିପ୍ପର ମାଲିକଙ୍କୁ ଦାବି କରିଛନ୍ତି। ଗତ ୧୨ ତାରିଖ ଦିନ ବଳରାମ ପାତ୍ରଙ୍କ ଗାଡି ଚଲାଉଥିବା ଡ୍ରାଇଭର ଦୁର୍ଯ୍ୟୋଧନ ବିଶୋଇ ଓ ରିଙ୍କୁ କନ୍ଦପାନ ଗାଡି ଧରି ସିମିଳିଗୁଡା ଯିବା ସମୟରେ ସୁନାବେଡା ଥ ରେ ଗାଡିର ଇଞ୍ଜିନ ଖରାପ ହେବାରୁ ଗାଦି ରହିଯାଇଥିଲା। ପୁଣି ୧୩ ତାରିଖଦିନ ସୁବାନେଡା ରାସ୍ତାରେ ରହିଥିବା ସମୟରେ ତେଲ ଚୋରି ହୋଇଥିଲା। ମାଲିକ ବଳରାମଙ୍କ ନିର୍ଦ୍ଧେଶ ଅନୁଯାୟୀ ଡ୍ରାଇଭରଙ୍କୁ ସୁନାବେଡା ଥାନାରେ ଏତଲା ଦେବାକୁ କହିଥିଲେ। ଏହି ସମସ୍ୟା ର ସମାଧାନ କରିବା ପାଇଁ ଟିପର ମାଲିକ ମାନେ ଆଜି ଡ୍ରାଇଭର ସପ୍ସଘ କର୍ମକର୍ତାଙ୍କୁ ଡାକିଥିଲେ କିନ୍ତୁ ସମାଧାନର ବାଟ ବାହାରିନଥିଲା। ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଡ୍ରାଇଭର ମାନେ ଟିପ୍ପର ମାଲିକଙ୍କ ଟିପ୍ପର ଚଲାଇବେ ନାହିଁ ବୋଲି ଆଜି ନିଷ୍ପତି ନେଇଛନ୍ତି। ଯଦି ଟିପ୍ପର ମାଲିକଙ୍କ କୌଣସି କ୍ଷତି ହେଲେ ସେଥିପାଇଁ ଡ୍ରାଇଭର ସପ୍ସଘ ଦାୟୀ ନାହିଁ ବୋଲି ସପ୍ସଘ ସଭାପତି ମାଧବ ବିଷୋୟୀ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପବନ