ଜୟପୁର, ୨୩ ଫେବ୍ରୁଆରି (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ରତାଖଣ୍ଡି ଜଙ୍ଗଲରେ ଆଜି ଅବକାରି ଚଢାଉ ହୋଇଛି । ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରି ଥାନା ପକ୍ଷରୁ ଚଢାଉ କରାଯାଇଛି । ଚଢାଉ ସୁଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ମଦ ଭାଟି ଭଙ୍ଗିବା ସହ ୬ ଶହ ଲିଟର ପୋଚ ଓ ୬୦ ଲିଟର ଦେଶି ମଦ ଜବତ କରିନଷ୍ଟ କରିଛି । ମଦ ସରଞ୍ଜାମ ଡ୍ରମ ଆଦିକୁ ଜବତ କରିଥିବା ବିଷୟ ଅବକାରି ଓଆଇସି ହିରଣ ସୁବ୍ରତ ସୂଚନା ଦେଇଛନ୍ତି । ଏହି ଚଢାଉ ଅପରାହ୍ନ ୧ ଘଂଟା ସମୟରେ ଶେଷ ହୋଇଥିବା ବିଷୟ ଅବକାରି ବିଭାଗ ତରଫରୁ ସୁଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପବନ