ଭବାନୀ ପ୍ରଧାନ ଓ ପାଏନୁ ପ୍ରଧାନଙ୍କୁ କୁଲତା ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ସମ୍ବଲପୁର, ୨୩ ଫେବୃୟାରୀ (ହିସ) - ସାମାଜିକ ଅଗ୍ରଣୀ କୁଲତା ସମାଜ ପକ୍ଷରୁ ଜାତୀର ଦୁଇ ମହାନ୍ ସଙ୍ଗଠକ ଏବଂ ସାହିତ୍ୟିକ ଭବାନୀ ଶଙ୍କର ପ୍ରଧାନ ଏବଂ ଲିଙ୍ଗରାଜ(ପାଏନୁ) ପ୍ରଧାନଙ୍କୁ ରବିବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦାନୀପାଲି ସ୍ଥିତ ରାମଚଣ୍ଡୀ ସେବା ସଦନ ପରିସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି କା
ଭବାନୀ ପ୍ରଧାନ ଓ ପାଏନୁ ପ୍ରଧାନଙ୍କୁ କୁଲତା ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳି


ଭବାନୀ ପ୍ରଧାନ ଓ ପାଏନୁ ପ୍ରଧାନଙ୍କୁ କୁଲତା ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳି


ଭବାନୀ ପ୍ରଧାନ ଓ ପାଏନୁ ପ୍ରଧାନଙ୍କୁ କୁଲତା ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳି


ସମ୍ବଲପୁର, ୨୩ ଫେବୃୟାରୀ (ହିସ) - ସାମାଜିକ ଅଗ୍ରଣୀ କୁଲତା ସମାଜ ପକ୍ଷରୁ ଜାତୀର ଦୁଇ ମହାନ୍ ସଙ୍ଗଠକ ଏବଂ ସାହିତ୍ୟିକ ଭବାନୀ ଶଙ୍କର ପ୍ରଧାନ ଏବଂ ଲିଙ୍ଗରାଜ(ପାଏନୁ) ପ୍ରଧାନଙ୍କୁ ରବିବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦାନୀପାଲି ସ୍ଥିତ ରାମଚଣ୍ଡୀ ସେବା ସଦନ ପରିସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଦୁଇ ମହାନ ବ୍ୟକ୍ତିଙ୍କ ଫଟୋ ଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପରେ କୁଲତା ସମାଜ ଗଠନରେ ସେମାନଙ୍କ ଅବଦାନ ବିଷୟରେ ମଂଚାସୀନ ଅତିଥି ମାନେ ଆଲୋକପାତ କରିଥିଲେ । ସମ୍ବଲପୁର ନିକଟସ୍ଥ ତକବାରେ ଜନ୍ମ ହୋଇଥିବା ସ୍ୱର୍ଗତ ଭବାନୀ ଶଙ୍କର ପ୍ରଧାନ ସମ୍ବଲପୁର କୁଲତା ସମାଜର ମୁଖପତ୍ର 'କୁଳପ୍ରତିଭା'ର ମୁଖ୍ୟ ସମ୍ପାଦକ ଭାବେ କର୍ତବ୍ୟ ସମ୍ପାଦନା କରିବା ସହ ସମ୍ବଲପୁରୀ ସାହିତ୍ୟକ ଏବଂ ସଙ୍ଗଠକ ଭାବେ ମଧ୍ୟ ବେଶ୍ ପରିଚିତ ଥିଲେ । ସମ୍ବଲପୁରୀ ଭାଷା ଆନ୍ଦୋଳନର ସାରଥୀ ଭାବେ ସମ୍ବଲପୁରୀ ଲେଖକ ସଂଘର ସମ୍ପାଦକ ଏବଂ ସମ୍ବଲପୁରୀ ଲେଖକ ପରିଷଦର ସଭାପତି ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରିଥିଲେ ବୋଲି ଆଲୋଚକ ଭକ୍ତବନ୍ଧୁ ପ୍ରଧାନ ମତବ୍ୟକ୍ତ କରିଥିଲେ । ସେହିପରି ଅବିଭକ୍ତ ସମ୍ବଲପୁର ଜିଲାର ସୋହେଲା ନିକଟସ୍ଥ କନଗାଁ ରେ ଜନ୍ମ ହେଇଥିବା ସ୍ୱର୍ଗତ ଲିଙ୍ଗରାଜ ପ୍ରଧାନ (ପାଏନୁ) ସମାଜ ବାଦୀ ଉର୍ଜାନ୍ଦୋଳନର ପୁରୋଧା, ଶିକ୍ଷା ସଂଗଠକ ଓ କୁଲତା ଜାତି ସମାଜର ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ ବୋଲି ସେ କହିଥିଲେ । ସେହିପରି କୁଲତା ସମାଜର ଉପ ସଭାପତି ଦେବୋତମ ପ୍ରଧାନ କହିଥିଲେ ଯେ, ଭବାନୀ ପ୍ରଧାନ ଭାଷା ସାହିତ୍ୟର ବଲିଷ୍ଟ ନେତୃତ୍ୱ ନେଇ ସମ୍ବଲପୁରୀ ଆନ୍ଦୋଳନକୁ ଆଗକୁ ବଢାଇ ପାରିଥିଲେ । ସେହିପରି ପାଏନୁ ପ୍ରଧାନ ଗଣନାଥ ପ୍ରଧାନଙ୍କର ଘନିଷ୍ଠ ସହଯୋଗୀ ଭାବେ ସମାଜବାଦୀ ଆନ୍ଦୋଳନକୁ ଆଗକୁ ନେଇଥିଲେ । ଭଲ ଚାଷୀ ହେବା ସହ ଓଡିଶା ଆଉ ଛତିଶଗଡ ଅଂଚଳ ର କୁଲତା ମାନଙ୍କୁ ସଂଗଠିତ କରି ବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଥିଲା । କୁଲତା ସମାଜର ସମ୍ପାଦକ ରଞ୍ଜନ ପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଲେ କାର୍ଯ୍ୟକ୍ରମରେ ସଂଯୋଜକ ଦେବୀ ପ୍ରସାଦ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ଅଭିରାମ ଖମାରୀ, ଦେବୋତମ ପ୍ରଧାନ, ସୁପ୍ରଭା ପ୍ରଧାନ, ସରୋଜ ପ୍ରଧାନ, ଦେବଦତ ସାହୁ, ବାସୁଦେବ ଭୋଇ, ର୍ନିମଳ ପ୍ରଧାନ, ଗୀତାଞ୍ଜଳି ପ୍ରଧାନ, ପୁଷ୍ପାଞ୍ଜଳି ପ୍ରଧାନ, ଟଙ୍କଧର ବାରିକ, ସୁଦାମ ଭୋଇ, ଉମେଶ ଚନ୍ଦ୍ର ନାଏକ, କ୍ଷୀରୋଦ ପ୍ରଧାନ, ହାରାଧନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ଭବାନୀଶ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande