ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତିର ଜିଲ୍ଲା ସମ୍ମିଳନୀ
ସମ୍ବଲପୁର, ୨୩ ଫେବୃଆରୀ (ହି.ସ.)- ଜଗନ୍ନାଥ ହାଇସ୍କୁଲ,ଝାଙ୍କରପାଲି ଠାରେ ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଜିଲ୍ଲାସ୍ତରୀୟ ବୈଠକ ଓଷ୍ଟା ର ଜିଲ୍ଲା ସଭାପତି କ୍ଷୀରୋଦ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଗତକାଲି ଅନୁଷ୍ଠିତ ହୋଇଥିଲା। ବୈଠକରେ ଓଷ୍ଟା ସାଧାରଣ ସଂପାଦକ ରଞ୍ଜନ କୁମ
ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତିର ଜିଲ୍ଲା ସମ୍ମିଳନୀ


ସମ୍ବଲପୁର, ୨୩ ଫେବୃଆରୀ (ହି.ସ.)- ଜଗନ୍ନାଥ ହାଇସ୍କୁଲ,ଝାଙ୍କରପାଲି ଠାରେ ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଜିଲ୍ଲାସ୍ତରୀୟ ବୈଠକ ଓଷ୍ଟା ର ଜିଲ୍ଲା ସଭାପତି କ୍ଷୀରୋଦ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଗତକାଲି ଅନୁଷ୍ଠିତ ହୋଇଥିଲା। ବୈଠକରେ ଓଷ୍ଟା ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜେନ୍ଦ୍ର କୁମାର ବିଶ୍ବାଳ, ସମ୍ବଲପୁର ଜିଲ୍ଲାର ପ୍ରାକ୍ତନ ଜିଲ୍ଲା ସଭାପତି କୁଳଧର ପ୍ରଧାନ,ପ୍ରାକ୍ତନ ସଂପାଦକ ହରି ନାରାୟଣ ପଣ୍ଡା,ଜିଲ୍ଲା ସଂପାଦକ ବିଭୂତି ଭୁଷଣ ଚାନ୍ଦ,ଯୁଗ୍ମ ସଂପାଦକ ବିଶ୍ଵାମିତ୍ର ଦୀପ, ସମନ୍ୱୟ ସମିତିର ସଦସ୍ୟ ଆନନ୍ଦ ଚନ୍ଦ୍ର ପତି ପ୍ରମୁଖ ମଞ୍ଚାସୀନ ଥିଲେ।

ପ୍ରକାଶ ଥାଉକି, ଦୀର୍ଘ ଦିନ ଧରି କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କ ଅନେକ ଅସମାହିତ ଦାବି ରହିଛି । ଏନେଇ ରାଜ୍ୟସ୍ତରୀୟ ଶିକ୍ଷକ-କର୍ମଚାରୀ ସମାବେଶ ମାଧ୍ଯମରେ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି। ପୁନର୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପଦକ୍ଷେପ ସ୍ବରୂପ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଉଛି। ସେହି ଉପସ୍ଥାପିତ ଦାବିଗୁଡିକ ମଧ୍ୟରେ ୨୦୧୩ ମସିହା ଅନୁଦାନ ଆଇନରୁ ବଞ୍ଚିତ ୧୬୭ଟି ବିଦ୍ୟାଳୟ ଯାହା ପରବର୍ତ୍ତୀ କାଳରେ ୧୯୪ ଟି ବିଦ୍ୟାଳୟରେ ପରିବର୍ତ୍ତିତ ହୋଇଛି ସେହି ବିଦ୍ୟାଳୟଗୁଡ଼ିକର ଶିକ୍ଷକ ଓ କର୍ମଚାରୀ ଦୀର୍ଘଦିନ ହେଲା ଅନୁଦାନରୁ ବଞ୍ଚିତ ହୋଇ ହା ହତାଶାରେ କାଳଯାପନ କରୁଛନ୍ତି। ସେହି ବିଦ୍ୟାଳୟମାନଙ୍କୁ ତୁରନ୍ତ ଅନୁଦାନ ପ୍ରଦାନ ଆଦି ଦାବିଗୁଡିକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ସରକାରଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ନିବେଦନ କରାଯାଇଛି। ଅନ୍ୟପକ୍ଷରେ ଦାବିପୂରଣ ନ ହେଲେ ଆଗାମୀ ଦିନରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଅନନ୍ଯୋପାୟ ହୋଇ ପୁନର୍ବାର ଆନ୍ଦୋଳନର ମାର୍ଗକୁ ଆପଣାଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଉପସ୍ଥିତ ନେତୃତ୍ୱ ଓ କର୍ମଚାରୀମାନେ ମତବ୍ୟକ୍ତ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande