ପୁରୀ, ୨୩ ଫେବୃଆରୀ (ହି.ସ.)- ସୋମବାର ବାବା ଶ୍ରୀ ଲୋକନାଥ ଦେବଙ୍କର ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ ହେବ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମେତ ଭକ୍ତଙ୍କ ସମାଗମ ହେବ । ଏଥପାଇଁ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି । ଲୋକନାଥ ମନ୍ଦିର ଭିତରେ ୨ ଜଣ ଡିଏସପି, ୮ ଜଣ ଇନିସ୍ପେକଟର, ୩୨ ଜଣ ଏସଆଇ/ଏଏସଆଇ, ୫୨ ଜଣ ହାବିଲଦାର/କନେଷ୍ଟବଳ, ୫୬ ଜଣ ହୋମଗାର୍ଡ, ୪ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଶ୍ରୀଲୋକନାଥଙ୍କ ମନ୍ଦିର ବାହାରେ ୨ ଜଣ ଇନିସ୍ପେକଟର, ୨ ଜଣ ଏସଆଇ/ଏଏସଆଇ, ୪ ଜଣ ହାବିଲଦାର/କନେଷ୍ଟବଳ, ୮ ଜଣ ହୋମଗାର୍ଡ, ୨ ସେକ୍ସନ ଫୋର୍ସ ମୁତୟନ ହେବେ । ରବିବାର ରାତିରୁ ୧ ଜଣ ଡିଏସପି, ୧ ଜଣ ଇନିସ୍ପେକଟର, ୧ ଜଣ ଏସଆଇ/ଏଏସଆଇ, ୧ ସେକ୍ସନ ଫୋର୍ସ ମୁତୟନ ହେବେ। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପାଇଁ ୧ ଜଣ ଡିଏସପି, ୧ ଜଣ ଇନିସ୍ପେକଟର, ୪ ଜଣ ଏସଆଇ/ଏଏସଆଇ, ୧୦ ଜଣ ହାବିଲଦାର/କନେଷ୍ଟବଳ, ୧୦ ଜଣ ହୋମଗାର୍ଡ, ୨ ସେକ୍ସନ ଫୋର୍ସ ଜଗି ରହିବେ । କଣ୍ଟ୍ରୋଲରୁମ ପାଇଁ ୧ ଜଣ ଡିଏସପି, ୨ ଜଣ ଇନିସ୍ପେକଟର, ୨ ଜଣ ଏସଆଇ/ଏଏସଆଇ, ୪ ଜଣ ହାବିଲଦାର/କନେଷ୍ଟବଳ, ୪ ଜଣ ହୋମଗାର୍ଡ, ୪ ସେକ୍ସନ ଫୋର୍ସ ନିୟୋଜିତ ହେବେ । ଏହି ପବିତ୍ର ପଙ୍କଉଦ୍ଧାର ଏକାଦଶୀ ପାଇଁ ପୁରୀ ପୋଲିସ ତରଫରୁ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୫ ଜଣ ଡିସପି, ୧୫ ଜଣ ଇନିସ୍ପେକଟର, ୪୧ ଜଣ ଏସଆଇ/ଏଏସଆଇ, ୭୨ ଜଣ ହାବିଲଦାର/କନେଷ୍ଟବଳ, ୮୨ ଜଣ ହୋମଗାର୍ଡ, ୬ ପ୍ଲାଟୁନ ୧ ସେକ୍ସନ ଫୋର୍ସ ନିୟୋଜିତ କରାଯାଇଛି ବୋଲି ପୁରୀ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ