ଭଦ୍ରକ, ୨୩ ଫେବୃୟାରୀ (ହି.ସ.)- ଭଦ୍ରକ ଜିଲ୍ଲା ବଡମହିଷଗୋଠ ପଂଚାୟତ ଟିକିରା ମଧ୍ୟ ଇଂରାଜୀ ବିଦ୍ୟାଳୟ ୨୦୦୧ ମସିହା ପୁରାତନ ବିଦ୍ୟାର୍ଥୀଙ୍କ ବନ୍ଧୁ ମିଳନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଇଂ. ସୁଧାଶୁଂ ଶେଖର ନାୟକଙ୍କ ଆବାହକ୍ୱତରେ ଏହି ବନ୍ଧୁ ମିଳନ ଉତ୍ସବ ଆଗରପଡା ମହାବିଦ୍ୟାଳୟ ପଡିଆରେ କରାଯାଇଥିଲା । ଶିକ୍ଷାବିତ୍ ନିରଞ୍ଜନ ସେଠୀ ଅତିଥିଭାବେ ଯୋଗ ଦେଇ ବିଦ୍ୟାର୍ଥୀମାନେ କାର୍ଯ୍ୟ କ୍ଷେତ୍ରରେ ନିଷ୍ଠା ଓ ପ୍ରତିବଦ୍ଧତା ରଖି ଆଗକୁ ବଢିବା ଉଚିତ ବୋଲି କହିଥିଲେ । ପୁରାତନ ବିଦ୍ୟାର୍ଥୀ ଡାକ୍ତର ସମ୍ବିତ ଦଳେଇ, ସମ୍ବିତ ରାଉତ୍, ରାମଚନ୍ଦ୍ର ସାହୁ, ଉଜିର ଖାନ୍, ପ୍ରଶାନ୍ତ ବାରିକ୍, ପ୍ରମୋଦ ସାହୁ, ଚିରଞ୍ଜିବୀ ନାୟକ, ଗୀତାଞ୍ଜଳୀ ସାହୁ, ଉଦୁସ୍ ଖାନ୍,ପରିତୋଷ ସେନାପତି, ସୁଭ୍ରଜିତ୍ ପୃଷ୍ଟି, ଗୋପାଳ ପରିଡା, ସେକ୍ ନିଜାମ୍, ବିଜୟଲକ୍ଷ୍ମୀ ଭୂୟାଁ, ଜୟ ଶତପଥି ପ୍ରମୁଖ ବିଗତ ଦିନର ପାଠପଢା ସମୟର ଅନୁଭୂତି ରଖିଥିଲେ । ବିଦ୍ୟାଳୟର ରାଜ୍ୟପାଳ ପୁରଷ୍କାର ପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଖଗେଶ୍ୱର ପଣ୍ଡା ଦୀର୍ଘ ବର୍ଷର ବ୍ୟବଧାନ ପରେ ଏପରି ଆୟୋଜନ କରି ଗୁରୁମାନଙ୍କୁ ସମ୍ବର୍ଦ୍ଧନା ଦେବା ସ୍ୱାଗତ ଯୋଗ୍ୟ ବୋଲି କହିଥିବା ବେଳେ ବିଦ୍ୟାର୍ଥୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଏହିଅବସରରେ ଶ୍ରୀ ପଣ୍ଡାଙ୍କ ସମେତ ରଘୁନାଥ ରାଉତ୍, ଶାନ୍ତିଲତା ଆଚାର୍ଯ୍ୟ, ଜୋସ୍ନାରାଣୀ ନାୟକ, ମିନତୀ ସାମଲ, ଆଶାମଣୀ ସେଠୀଙ୍କୁ ଗୁରୁପୂଜନ କରାଯାଇ ପୁଷ୍ପଗୁଚ୍ଛ, ଉତରୀୟ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଡାକ୍ତର ସମ୍ବିଦ୍ ଦଳେଇଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମକୁ କମଳା ମଲ୍ଲିକ,କାମିନୀ କାଂଚନ ବାରିକ୍, ସବିତା ବେହେରା, ଭାନୁମତୀ ବାରିକ, ଚାମେଲି ପ୍ରଭା ମହାଳିକ, ସୁକାନ୍ତି ମହାଳିକ,ସସ୍ମିତା ବାରିକ୍,ରଞ୍ଜିତ ପରିଡା,ରଶ୍ମିରଞ୍ଜିତା ନାୟକ, ନରହରି ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଦମସ୍ତଙ୍କୁ ଭୁରିଭୋଜନରେ ଆପାୟିତ କରାଯାଇଥିଲା । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ