କାର୍ଯ୍ୟାନୁଷ୍ଠାନ ଦାବିକରି ଏସ୍‌ପିଙ୍କୁ ଭେଟିଲେ ପୀଡ଼ିତ
କେନ୍ଦ୍ରାପଡ଼ା, ୨୩ ଫେବୃଆରୀ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧିନ ପୋଖରୀଆପଡ଼ା ଗ୍ରାମର ବିଶ୍ୱଜିତ୍ ମଲିକ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୁକ୍ତମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଯୋଗ ମୁତାବକ ଚଳିତ ମାସ ୧୦ ତାରିଖ ଦିନ ଦ୍ୱିପ୍ରହର ସମୟରେ ତାଙ୍
କାର୍ଯ୍ୟାନୁଷ୍ଠାନ ଦାବିକରି ଏସ୍‌ପିଙ୍କୁ ଭେଟିଲେ ପୀଡ଼ିତ


କେନ୍ଦ୍ରାପଡ଼ା, ୨୩ ଫେବୃଆରୀ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧିନ ପୋଖରୀଆପଡ଼ା ଗ୍ରାମର ବିଶ୍ୱଜିତ୍ ମଲିକ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୁକ୍ତମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଯୋଗ ମୁତାବକ ଚଳିତ ମାସ ୧୦ ତାରିଖ ଦିନ ଦ୍ୱିପ୍ରହର ସମୟରେ ତାଙ୍କୁ ସେହି ଗ୍ରାମର କିଛି ବ୍ୟକ୍ତି ଅଶାଳୀନ ବ୍ୟବହାର କରିବା ସହ ଜାତିଗତ ଆକ୍ଷେପ କରି ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏନେଇ ବିଶ୍ୱଜିତ୍ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨୮୮/୨୪ରେ ମାମଲା ରୁଜୁକରି ହାତବାନ୍ଧି ବସିଥିବାରୁ ଅଭିଯୁକ୍ତମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବିକରି ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande