ଠେଙ୍ଗାରେ ଆକ୍ରମଣ ମାମଲା, ୨ ଗିରଫ
ଜୟପୁର, ୨୩ ଫେବୃଆରୀ (ହି.ସ.)- ଠେଙ୍ଗାରେ ଆକ୍ରମଣ ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି ଆଜି ସନ୍ଧ୍ୟା ୫ଟାରେ କୋର୍ଟଚାଲାଣ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଘାସି ସାହି ବାପୁଜିନଗରର ରିଙ୍କୁ ସିଂ ଏଲିୟସ ହରପ୍ରିତ (୨୧), ବିକ୍ରମ ପାଙ୍ଗି ଏଲିୟସ ବୃନ୍ଦାବନ ବାପଗି (୧୯)
ଠେଙ୍ଗାରେ ଆକ୍ରମଣ ମାମଲା, ୨ ଗିରଫ


ଠେଙ୍ଗାରେ ଆକ୍ରମଣ ମାମଲା, ୨ ଗିରଫ


ଜୟପୁର, ୨୩ ଫେବୃଆରୀ (ହି.ସ.)- ଠେଙ୍ଗାରେ ଆକ୍ରମଣ ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି ଆଜି ସନ୍ଧ୍ୟା ୫ଟାରେ କୋର୍ଟଚାଲାଣ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଘାସି ସାହି ବାପୁଜିନଗରର ରିଙ୍କୁ ସିଂ ଏଲିୟସ ହରପ୍ରିତ (୨୧), ବିକ୍ରମ ପାଙ୍ଗି ଏଲିୟସ ବୃନ୍ଦାବନ ବାପଗି (୧୯) ଗିରଫ ଅଭିଯୁକ୍ତଙ୍କ ଠାରୁ ଠେଙ୍ଗା ଜବତ କରିଛି ।

ସୂଚନା ଅନୁଯାୟୀ, କୁନ୍ଦାରିଗୁଡାର ଧନୁର୍ଜୟ ମୁଦୁଲି ଗତ ୨୩.୧୧.୨୪ ତାରିଖରେ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ, ୨୨.୧୧.୨୪ ତାରିଖରେ ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ ଏକ ସ୍କୁଟିରେ ଦ୍ରୁତ ଗତିରେ ଘାସି ସାହି ବାପୁଜିନଗରର ରିଙ୍କୁ ସିଂ ଏଲିୟସ ହରପ୍ରିତ (୨୧), ବିକ୍ରମ ପାଙ୍ଗି ଏଲିୟସ ବୃନ୍ଦାବନ ବାପଗି (୧୯) ଆସିଥିଲେ । ଛୋଟ ପିଲା ମାନେ ରାସ୍ତାରେ ଖେଳୁଛନ୍ତି ସେଥିପାଇଁ ଗାଡି ଧିର ଗତିରେ ଚଲାଇବାକୁ କହିଥିଲେ। ସେଠାରୁ ୨ ଜଣ ଅଭିଯୁକ୍ତ ଚାଲିଯାଇ ପୁଣି ଢେଙ୍ଗା ଧରି ଆସି ଆକ୍ରମଣ କରିଥିଲେ । ଯଦ୍ୱାରା ମୁଣ୍ଡ ଫାଟିଯିବା ସହ ହାତ ଭାଙ୍ଗି ଯାଇଥିଲା । ପୋଲିସ ନିକଟରେ ଅଭିଯୋଗ କଲେ ଜୀବନ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସେହି ଦିନ ଠାରୁ ଅଭିଯୁକ୍ତ ମାନେ ଫେରାର ଥିବାବେଳେ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଟାଉନ ଥାନା ଅଧିକାରି ଇଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande