ମେଦ ବହୁଳତାରୁ ଦୂରେଇ ନିଜକୁ ଫିଟ ରଖିବା: ମନମୋହନ ସାମଲ
ଭୁବନେଶ୍ୱର/ଭଦ୍ରକ, 23 ଫେବ୍ରୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ” କାର୍ଯ୍ୟକ୍ରମର ୧୧୯ତମ ସଂସ୍କରଣରେ ଇସ୍ରୋର ସଫଳତା ବଖାଣିବା ସହ ଏଆଇ ଟେକ୍ନୋଲୋଜିରେ ଭାରତ ଭୂମିକା, ନାରୀ ସମ୍ମାନ ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି । ବିଶେଷ କରି ମେଦବହୁଳତା ଉପରେ
ମେଦ ବହୁଳତାରୁ ଦୂରେଇ     ନିଜକୁ ଫିଟ ରଖିବା: ମନମୋହନ ସାମଲ


ଭୁବନେଶ୍ୱର/ଭଦ୍ରକ, 23 ଫେବ୍ରୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ” କାର୍ଯ୍ୟକ୍ରମର ୧୧୯ତମ ସଂସ୍କରଣରେ ଇସ୍ରୋର ସଫଳତା ବଖାଣିବା ସହ ଏଆଇ

ଟେକ୍ନୋଲୋଜିରେ ଭାରତ ଭୂମିକା, ନାରୀ ସମ୍ମାନ ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି । ବିଶେଷ କରି ମେଦବହୁଳତା ଉପରେ

ଚିନ୍ତା ପ୍ରକଟ କରି ଏଥିରୁ ମୁକ୍ତି ପାଇବା ପାଇଁ ଅନେକଗୁଡ଼ିଏ ପରାମର୍ଶ ଦେଇଛନ୍ତି ।

ଛୋଟପିଲାଙ୍କ କ୍ଷେତ୍ରରେ ଏହା ୪ ଗୁଣା ବଢୁଥିବାରୁ ସେମାନେ କିପରି ଅଧିକ ଫିଟ ରହିବେ

ସେଥିପାଇଁତ୍ତଯତ୍ନବାନ ହେବାକୁ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ଶ୍ରୀ ସାମଲ କହିଛନ୍ତି, ବିଜେପି ସରକାର ସବୁବେଳେ ନାରୀମାନଙ୍କୁ ସର୍ବୋଚ୍ଚ ସମ୍ମାନ ଦେଉଥିବାବେଳେ

ନାରୀ ସଶସ୍ତ୍ରୀକରଣକୁ ଗୁରୁତ୍ୱ ଦେଇଆସିଛି । ନାରୀଶକ୍ତି ଦେଶକୁ ସମୃଦ୍ଧ ଓ ସମ୍ପନ୍ନ କରୁଛି ।

ଏବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ମନ କି ବାତ” କାର୍ଯ୍ୟକ୍ରମରେ ଉଲ୍ଲେଖ କରିଛନ୍ତି । ମାର୍ଚ୍ଚ ୮ ନାରୀ ସମ୍ମାନ

ଦିବସରେ ମୋଦିଜୀ ତାଙ୍କ ସୋସିଆଲ ମିଡିଆ ଆକାଉଂଟକୁ କେତଜଣ

ପ୍ରତିଷ୍ଠିତ ଏବଂ ପ୍ରେରଣାଦାୟୀ ମହିଳାଙ୍କୁ ସମର୍ପିତ କରିବେ ବୋଲି ଘୋଷଣା କରିଛନ୍ତି ।

ଏହା ନାରୀ ସମ୍ମାନ ପ୍ରତି ମୋଦିଜୀଙ୍କ ଉତ୍ସଗୀକୃତ ମନୋଭାବକୁ ପ୍ରଦର୍ଶିତ କରୁଛି । ସେହିପରି

ଇସ୍ରୋର ୧୦୦ତମ ରକେଟ୍ ଲଂଚ ଏବଂ ୧୦ ବର୍ଷରେ ୪୦୦ରୁ ଅଧିକ ସାଟେଲାଇଟ୍ ଲଂଚ ବିଷୟରେ କହି

ଛାତ୍ରୀଛାତ୍ରଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ପ୍ରତି ରୁଚି ବଢ଼ାଇଛନ୍ତି । ଏଥିସହ ଏଆଇ କ୍ଷେତ୍ରରେ

ଭାରତ ଆହୁରି ଆଗକୁ ବଢ଼ିବାକୁ ମୋଦିଜୀ ଆଶାବ୍ୟକ୍ତ ଦେଇଛନ୍ତି । ତାଙ୍କର ଏହି ଆଶା ପୂରଣ କରିବା ପାଇଁ ସଭିଏଁ ଆଗେଇ ଆସନ୍ତୁ ବୋଲି

ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି ।

ଭଦ୍ରକ ଜିଲ୍ଲା

କାର୍ଯ୍ୟାଳୟରେ ଶ୍ରୀ ସାମଲ “ମନ କି ବାତ” କାର୍ଯ୍ୟକ୍ରମ

ଶୁଣିଥିଲେ । ଏହି ଅବସରରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଅନେକ

କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande