ଅଧିକାରୀ ବିହୀନ କାର୍ଯ୍ୟାଳୟ ଦ୍ବାରା ହେଉଛି ଗ୍ରାମ ଉନ୍ନୟନ କାର୍ଯ୍ୟ
ଅଧିକାରୀ ବିହୀନ କାର୍ଯ୍ୟାଳୟ ଦ୍ବାରା ହେଉଛି ଗ୍ରାମ ଉନ୍ନୟନ କାର୍ଯ୍ୟ
ଅଧିକାରୀ ବିହୀନ କାର୍ଯ୍ୟାଳୟ  ଦ୍ବାରା ହେଉଛି ଗ୍ରାମ ଉନ୍ନୟନ କାର୍ଯ୍ୟ


ସମ୍ବଲପୁର, ୨୪ ଫେବୃୟାରୀ (ହି.ସ) ସମ୍ବଲପୁର ଜିଲ୍ଲା ନିର୍ବାଚନ ମଣ୍ଡଳୀର

କୁଚିଣ୍ଡା ବିଧାୟକଙ୍କୁ ମିଳିଛି ଓଡିଶା ସରକାରଙ୍କ ପ୍ରମୁଖ ତିନୋଟି ମୂଲ୍ୟବାନ ବିଭାଗର ମନ୍ତ୍ରୀପଦ । ଏହି ତିନୋଟି ବିଭାଗ ମଧ୍ୟରୁ ରହିଛି ଗ୍ରାମ ଉନ୍ନୟନ ବିଭାଗ ଭଳି ଏକ ଗୁରୁତ୍ତ୍ୱପୂର୍ଣ ବିଭାଗ । ହେଲେ ନିର୍ବାଚିତ ବିଧାୟକଙ୍କୁ ମନ୍ତ୍ରୀପଦ ମିଳିଥିଲେ ମଧ୍ୟ ନିଜ ନିର୍ବାଚନୀୟ କ୍ଷେତ୍ର ଅଧୀନସ୍ଥ ଜମନକିରା ବ୍ଲକ ଦଶଘରିଆ ଠାରେ ଥିବା ଗ୍ରାମ ଉନ୍ନୟନ ବିଭାଗର କାର୍ଯ୍ୟାଳୟ ଏବେ ବେଶ୍ ଚର୍ଚ୍ଚାରେ ରହିଛି। ଏହି କାର୍ଯ୍ୟାଳୟରେ ନା ଅଛନ୍ତି ଏସଡ଼ିଓ ନା ଅଛନ୍ତି କିରାଣୀ । ଦୁଇ ଜଣ କନିଷ୍ଠ ଯନ୍ତ୍ରୀ ଓ ଜଣେ ପିଅନରେ ଚାଲିଛି ଏହି କାର୍ଯ୍ୟାଳୟ । ବାହ୍ଯ ଦୃଶ୍ୟପଟ୍ଟରୁ ଦେଖିଲେ ଲକ୍ଷଲକ୍ଷ ଟଙ୍କା ବିନିମୟରେ ସୁନ୍ଦର ବାତାବରଣରେ ତିଆରି କରାଯାଇଛି ଏହି କାର୍ଯ୍ୟାଳୟ । ମାତ୍ର ଅଧିକାରୀ ବିହୀନ ଏହି କାର୍ଯ୍ୟାଳୟ ଯୋଗୁଁ ଆଞ୍ଚଳିକ ବିକାଶ ଓ ଉନ୍ନୟନ ଏକ ପ୍ରକାର ପ୍ରହସନ ପାଲଟିବାକୁ ଯାଉଥିବା କୁହାଯାଇଛି । ଖାଲି ରହିଥିବା ମୂଳ ଦୁଇଟି ପଦବୀ ସହ କାର୍ଯ୍ୟାଳୟରେ ନାହାନ୍ତି କୈାଣସି ୱାଚମ୍ଯାନ । ସମ୍ବଲପୁର ଜିଲ୍ଲାର ଜମନକିରା ଭଳି ଏକ ଗୁରୁତ୍ତ୍ୱପୂର୍ଣ ବ୍ଲକରେ କିଭଳି ଉନ୍ନୟନ ମୂଳକ କାର୍ଯ୍ୟ ହେଉଥିବ ତାହା ସହଜେ ଅନୂମେୟ। ସରକାର ଗ୍ରାମାଞ୍ଚଳକୁ ପ୍ରାଧାନ୍ୟ ଦେଇ ବିକଶିତ ଗ୍ରାମ ବିକଶିତ ଓଡିଶା ଯୋଜନାକୁ ଉନ୍ମୋଚନ କରି ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳକୁ ବିକଶିତ କରିବାକୁ ପ୍ରୟାସ କରୁଥିବା ଥିବା ବେଳେ ଅଧିକାରୀ ବିହୀନ ଏହି କାର୍ଯ୍ୟାଳୟରେ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁଣୀରେ ପାଣି ଭରିବା ସଦୃଶ୍ୟ ହୋଇଛି । ଅନ୍ୟ ପକ୍ଷରେ ଏହି କାର୍ଯ୍ୟାଳୟରେ ନିର୍ଦ୍ଧିଷ୍ଟ ଅଧିକାରୀ ନ ଥିବାରୁ କ୍ଷେତ୍ର ପରିଦର୍ଶନରେ ଅନେକ ବାଧା ସୃଷ୍ଟି ହୋଇଥାଏ, ଯାହା ଫଳରେ ଠିକାଦାର ଦ୍ୱାରା କରାଯାଉଥିବା ଉନ୍ନୟନ ମୂଳକ କାର୍ଯ୍ୟର ସଠିକ୍ ତଦାରଖ ହୋଇ ପାରିନଥାଏ । ଫଳରେ କାର୍ଯ୍ୟର ମାନ ଉପରେ ପ୍ରଶ୍ନ ସୃଷ୍ଟି ହେବା ସ୍ବାଭାବିକ୍ । ଏବେ ଠାରୁ ବିଭାଗୀୟ ଜିଲ୍ଲା ଅଧିକାରୀ ଏଥି ପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ବହୁ କେଳେଙ୍କାରୀ ଦୁର୍ନୀତିର ଗୁମର ଖୋଲିବାର ଆଶଙ୍କା ଉଙ୍କି ମାରିଲାଣି । ଯାହାକି ସ୍ଥାନୀୟ ବିଧାୟକ ଭାବେ ବିଭାଗୀୟ ମନ୍ତ୍ରୀଙ୍କ ସ୍ବଛତା ଉପରେ ବିରାଟ ପ୍ରଶ୍ନବାଚୀ ଉଠିବାକୁ ଯାଉଛି । ମନ୍ତ୍ରୀଙ୍କ ଅଞ୍ଚଳରେ ହେଉଥିବା ଅଧିକାଂଶ ଉନ୍ନୟନ ମୂଳକ କାର୍ଯ୍ୟର ସଠିକ୍ ମାନ ବୈଷୟିକ ବରିଷ୍ଠ ଯନ୍ତ୍ରୀଙ୍କ ଦ୍ବାରା ଯାଞ୍ଚ କରା ଯାଉନଥିବାରୁ ଠିକାଦାରଙ୍କ ମେରୀରାୟ ନୀତି ଆଗାମୀ ଦିନରେ ବଡ଼ ଧରଣର କଳଙ୍କିତ ଅଧ୍ୟାୟ ଖୋଲିବାର ଆଶଙ୍କା ସୃଷ୍ଟି କରାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande