ଧାମନଗର - ଫଳପୁର ପ୍ରଧାନମନ୍ତ୍ରୀ ସଡ଼କ ରେ ନାଳ, କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ, ଦୈନିକ ଦୁର୍ଘଟଣା ପଥିକ ଆହତ
ଭଦ୍ରକ, ୨୫ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ବିଭିନ୍ନ ଗ୍ରାମ ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇ ପଡିଚି । କେବଳ ପିଚୁ ଓ ମରା ମତି କରାଇ ଠିକାଦାର ରାସ୍ତା କୁ ଶାଗକିଆରି କରିଦେଇଛନ୍ତି। ଧାମନଗର - ଫଳପୁର ପ୍ରଧାନମନ୍ତ୍ରୀ ସଡକ ୨୦୦୬ ମସିହାରୁ ଆରମ୍ଭ ହୋଇଥିଲେ ସୁଧା ଆଜି ପର୍ଯ୍ୟନ୍ତ ଶେଷ ହ
DHAMNAGAR -FALAPUR SADAK RE NALA


ଭଦ୍ରକ, ୨୫ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ବିଭିନ୍ନ ଗ୍ରାମ ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇ ପଡିଚି । କେବଳ ପିଚୁ ଓ ମରା ମତି କରାଇ ଠିକାଦାର ରାସ୍ତା କୁ ଶାଗକିଆରି କରିଦେଇଛନ୍ତି। ଧାମନଗର - ଫଳପୁର ପ୍ରଧାନମନ୍ତ୍ରୀ ସଡକ ୨୦୦୬ ମସିହାରୁ ଆରମ୍ଭ ହୋଇଥିଲେ ସୁଧା ଆଜି ପର୍ଯ୍ୟନ୍ତ ଶେଷ ହୋଇ ପାରିଲା ନାହିଁ। ମାତ୍ର ପ୍ରତିବର୍ଷ ମରାମତି ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ମାତ୍ର କୌଣସି ସୁବିଧା ହୋଇ ପାରୁନାହିଁ। ସୁଚନା ଥାଉକି ଉକ୍ତ ରାସ୍ତା ଉପରେ ୧୦ ଟି ପଂଚାୟତ ର ପ୍ରାୟ ୩୦ ହଜାର ଜନସାଧାରଣ ଉକ୍ତ ରାସ୍ତା ଉପରେ ନିର୍ଭର କରନ୍ତି ।ଉକ୍ତ ରାସ୍ତା ଦେଇ ଦୈନିକ ସ୍କୁଲ କଲେଜ କୁ ଛାତ୍ର ଛାତ୍ରୀ ମାନେ ଯାଇ ଥାଆନ୍ତି ମାତ୍ର ଉକ୍ତ ରାସ୍ତା ବିଭିନ୍ନ ସ୍ଥାନରେ ବଡବଡ ଗର୍ତ ସୃଷ୍ଟି ହୋଇ ଥିବାରୁ ଯାତାୟାତ ରେ ଲୋକ ମାନେ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି।ଧାମନଗର ରୁ ୧୦୦ ମିଟର ଦୂରରେ। ରାସ୍ତା ମଝିରେ ବିରାଟକାୟ ନାଳ ସୃଷ୍ଟି ହୋଇଛି । ଯାହାଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୁଚନା ଥାଉକି ଧାମନଗର ଏନ ଏ ସି ର ୯ ନମ୍ବର ୱାର୍ଡ ର ବର୍ଷା ଜଳ ନିଷ୍କାସନ ପାଇଁ ଉକ୍ତ ରାସ୍ତା କଡ ରେ ଡ୍ରେନ କରାଯାଇଥିଲା । ଏବଂ ଉକ୍ତ ବସ୍ତି ର ଜଳ ନିଷ୍କାସନ ସେହି ରାସ୍ତା କୁ ତାଡ଼ି ଦିଆ ଯାଇଛି। ଏବେ ସେହି ରାସ୍ତା ରେ ବିରାଟ ନାଳ ହୋଇ ଥିବାରୁ ଦୈନିକ ଶହ ଶହ ଲୋକ ଆହତ ହେଉଛନ୍ତି । ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥ?ିବା ଅଭିଯୋଗ ହୋଇଛି । ରାସ୍ତା ମଝିରେ ଗାତ ସୃଷ୍ଟି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ରହିବା ଘଟଣା ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାକୁ ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande