ଧାନ ଚୋରି ମାମଲା ରେ ୫ ଗିରଫ
ଜୟପୁର, 25 ଫେବ୍ରୁଆରି (ହି.ସ.) ଧାନ ଚୋରି ମାମଲାର ପଦାଫାସ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ହାଟପଦାର ସିମିତ ଖରା (୨୮) ଅଜୟ ହରିଜନ (୨୨) ମୁନା ବେନିୟା (୨୮), ନନ୍ଦପୁରର ଜୁମୁରିପୁଟ ର ବତ୍ତମାନ ପୁରଣାଗଡ ଉପର ସାହି ଲବ ବୈରାଗି (୨୫) ସହ ଜଣେ ନାବାଳକକୁ କାବୁ କରିଛି ।
ଧାନ ଚୋରି ମାମଲା ରେ ୫ ଗିରଫ


ଜୟପୁର, 25 ଫେବ୍ରୁଆରି (ହି.ସ.)

ଧାନ ଚୋରି ମାମଲାର ପଦାଫାସ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ହାଟପଦାର ସିମିତ ଖରା (୨୮) ଅଜୟ ହରିଜନ (୨୨) ମୁନା ବେନିୟା (୨୮), ନନ୍ଦପୁରର ଜୁମୁରିପୁଟ ର ବତ୍ତମାନ ପୁରଣାଗଡ ଉପର ସାହି ଲବ ବୈରାଗି (୨୫) ସହ ଜଣେ ନାବାଳକକୁ କାବୁ କରିଛି । । ଗିରଫ ଅଭିଯୁକ୍ତଙ୍କ ଠାରୁ ୧୪୦ ଧାନ ବସ୍ତା ଜବତ କରିଛି । ସୁଚନା ଅନୁଯାଇ ଗତ ୨୪.୨.୨୫ ତାରିଖରେ ଜୟପୁର ଭୁପତି ସାହିର ଏ ପବନ କୁମାର ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ହାଟପଦା ସ୍ଥିତ ସକୁନ୍ତଳା ଓ କ୍ରିଷ୍ଣା ରାଓ ମିଲରେ ଦୁବୁତ୍ତମାନ ୧୬୦ ଧାନ ବସ୍ତା ଚୋର କରିଛନ୍ତି । ଏନେଇ ଅଭିଯୋଗକୁ ଭିତ୍ତି କରି ପୋଲିସ ୬୧/୨୫ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ରେ ଜାଣି ପୋଲିସ କେନାଲ ସାହି ଗାନ୍ଧୀ ଛକ ରେ ଲୁଚାଇ ଥିବା ବେଳେ ଜବତ କରିଛି । ଚୋରି ରେ ବ୍ୟବହୃତ ହୋଇଥିବା ଅଟୋ କୁ ଜବତ କରିଛି । ୪ ଅଭିଯୁକ୍ତ କୁ ଆଜି ସଂନ୍ଧ୍ୟା ୬ଟାରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକକୁ ଜୁଭେଲାଇନ ଜଷ୍ଟିଭ୍ୱୋର୍ଡଙ୍କ ନିକଟରେ ହାଜର କରାଯାଇଥିବା ବିଷୟ ଜୟପୁର ଟାଉନ ଥାନା ଅଧିକାରି ଇଶ୍ୱର ତାଣ୍ଡି ସୁଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande