ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁଙ୍କ ପତ୍ନୀ ବିୟୋଗ
ବଲାଙ୍ଗିର, 24 ଫେବ୍ରୁଆରି (ହି.ସ.) ବଲାଙ୍ଗୀର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ତଥା ଦେଓଗାଁ ନିବାସୀ ସ୍ଵତନ୍ତ୍ର ବାର୍ତ୍ତାର ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁଙ୍କ ଧର୍ମପତ୍ନୀ ଗୌର(୪୩)ଙ୍କ ଭୁବନେଶ୍ୱର ସ୍ଥିତ ଏମ୍ସ ଠାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ପ୍ରାୟ ମାସେ ହ
ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁଙ୍କ ପତ୍ନୀ ବିୟୋଗ


ବଲାଙ୍ଗିର, 24 ଫେବ୍ରୁଆରି (ହି.ସ.)

ବଲାଙ୍ଗୀର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ତଥା ଦେଓଗାଁ ନିବାସୀ ସ୍ଵତନ୍ତ୍ର ବାର୍ତ୍ତାର ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁଙ୍କ ଧର୍ମପତ୍ନୀ ଗୌର(୪୩)ଙ୍କ ଭୁବନେଶ୍ୱର ସ୍ଥିତ ଏମ୍ସ ଠାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ପ୍ରାୟ ମାସେ ହେବ ସେ ଚିକିତ୍ସାଧୀନ ଥିବା ବେଳେ ଆଜି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି । ଏକମାତ୍ର ପୁଅ ଓମକାରା, ବଡ ଝିଅ ଲକ୍ଷ୍ମୀ ଓ ସାନଝିଅ ନିଲାମା ଥିବା ବେଳେ ପୁରୀ ସ୍ଵର୍ଗଦ୍ଵାର ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି । ଶ୍ରୀ ସାହୁଙ୍କ ପତ୍ନୀ ବିୟୋଗରେ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ସମେତ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande