ଗଂଜାମ, 24 ଫେବ୍ରୁଆରି (ହି.ସ.)
ଆନ୍ଧ୍ରରୁ ତିନିଜଣ ନିର୍ଯାତିତା ମହିଳା ଜିଲା ପୁଲିସ୍ ଓ ପ୍ରଶାସନର ସହାୟତା ରେଘରକୁ ଫେରିଛନ୍ତି। ସେମାନେ ପଶ୍ଚିମ ଗୋଦାବରୀ ଜିଲା ମଂଗଲତୁରୁ ଭାରମା ମେରାଇନ୍ ସଂସ୍ଥାର ଏକ ମହିଳା ହଷ୍ଟେଲ ରହୁଥିଲେ । ଭ୍ରମରପୁର ଗ୍ରାମର ଏହି ତିନି ମହିଳା ବେବିନା ସେଠୀ, ସୁବୁଦ୍ଧି ନାୟକ ଓ ଶ୍ରୀୟା ନାୟକ । ସେମାନଙ୍କୁ କଂପାନୀ ନିର୍ଯାତନା ଦେବା ସହ ପାରିଶ୍ରମିକ ଦେଉନଥିବା ଅଭିଯୋଗ ହୋଇଥିଲା । ଗଂଜାମ ଜିଲ୍ଲା ପ୍ରଶାସନର ଉଦ୍ୟମ ଫଳରେ ଏହି ତିନି ମହିଳାଙ୍କୁ କଂପାନୀ ଛାଡିଛି। ଏବଂ ଗତକାଲି ଏହି ମହିଳାଙ୍କୁ ପ୍ରଶାସନ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ହିନ୍ଦୁସ୍ଥାନସମାଚାର/ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ