ବଲାଙ୍ଗିର, 24 ଫେବ୍ରୁଆରି (ହି.ସ.)
ବହୁ ଚର୍ଚ୍ଚିତ ପାର୍ସଲ ବୋମା ଘଟଣାକୁ ସାତବର୍ଷ ପୂରିଛି । ସାତବର୍ଷ ଭିତରେ ପାର୍ସଲ ବୋମାକୁ ନେଇ ଜାତୀୟ ସ୍ତରରେ ଖବର ହେବା ସାଂଗକୁ ସିନେମା ହୋଇ ରୁପେଲି ପରଦାକୁ ବି ଆସିଛି । ଆଉ ଏ ଘଟଣାର ଏକମାତ୍ର ଅଭିଯୁକ୍ତ ପୁଜିଂଲାଲ ମେହେର ଜେଲ ଭିତରେ ଥାଇ ସାମ୍ବାଦିକ ପାଠ ପଢିସାରିଛି । କିନ୍ତୁ ଏସବୁ ଭିତରେ ଆଗକୁ ବଢିଛି ନ୍ୟାୟିକ ପ୍ରକ୍ରିୟା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାସକ ଭିତରେ ଶୁଣାଣି କରଯିବା ପାଇଁ ମୃତ ଇଂଜିନିୟର ଙ୍କ ବାପା କହୁଛନ୍ତି, ଅଭିଯୁକ୍ତ ଫାଶୀ ଦଣ୍ଡ ପାଇଲେ ଖୁସି ହେବି । ପୁଂଜିଲାଲ ଙ୍କ ଓକିଲଙ୍କ କହିବା କଥା, ୬୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ସରିଯାଇଛି । ପୁଜିଂଲାଲଙ୍କ ବୟାନ ରେକର୍ଡ ପାଇଁ ତାରିଖ ଧାର୍ଯ୍ୟ ହୋଇ ସାରିଛି । ଗୋଟିଏ କିମ୍ବା ଦୁଇ ମାସ ଭିତରେ କେସର ଅନ୍ତିମ ଶୁଣାଣି ହେବ । ତେଣୁ ତ୍ୱରାନ୍ୱିତ ହୋଇଛି, ପାର୍ସଲ ବୋମାର ଶୁଣାଣି । ଆଉ ମାତ୍ର ମାସେ କି ଦୁଇ ମାସ ଭିତରେ ଶୁଣାଣି ଶେଷ ହେବ । ତଦନ୍ତକାରୀ ସଂସ୍ଥା ତରଫରୁ ସାକ୍ଷ୍ୟଗ୍ରହଣ ସରିଛି । କେବଳ ଅଭିଯୁକ୍ତ ପୁଜିଂଲାଲର ବୟାନ ରେକର୍ଡ ବାକି ଅଛି । ତେଣୁ ଖୁବଶୀଘ୍ର ଆସିପାରେ ପାର୍ସଲ ବୋମାର ଅନ୍ତିମ ଶୁଣାଣି । ନ୍ୟାୟ ଅପେକ୍ଷାରେ ପ୍ରଫେସର ଦଂପତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ