ସମ୍ବଲପୁରରେ ‘ଜନ ଭାଗିଦାରୀ ଦ୍ୱାରା ସ୍ୱଚ୍ଛତା ଅଭିଯାନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ  ଆମ ସମ୍ବଲପୁରକୁ ସ୍ୱଚ୍ଛ ସମ୍ବଲପୁର କରିବା ଆମର ଦାୟିତ୍ୱ - ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର, ଫେବୃୟାରୀ ୨୪ (ହି.ସ.) – ସମ୍ବଲପୁରକୁ ସ୍ୱଚ୍ଛ ରଖିବାକୁ ହେଲେ ଆମ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ ଦାୟିତ୍ୱ ନେବାକୁ ପଡିବ । ନିଜକୁ ପରିବର୍ତ୍ତନ ନ କଲେ, ସ୍ୱଚ୍ଛତା ପ୍ରତି ନିଜର ଦାୟିତ୍ୱବୋଧ ନ ରହିଲେ ସମ୍ବଲପୁର ସ୍ୱଚ୍ଛ ହେବ ନାହିଁ । ଦଳ, ମତ, ସଂଗଠନ ଓ ବିଚାରରୁ
ସମ୍ବଲପୁରରେ ‘ଜନ ଭାଗିଦାରୀ ଦ୍ୱାରା ସ୍ୱଚ୍ଛତା ଅଭିଯାନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ  ଆମ ସମ୍ବଲପୁରକୁ ସ୍ୱଚ୍ଛ ସମ୍ବଲପୁର କରିବା ଆମର ଦାୟିତ୍ୱ -     ଧର୍ମେନ୍ଦ୍ର ପ୍ରଧାନ


ସମ୍ବଲପୁର, ଫେବୃୟାରୀ ୨୪ (ହି.ସ.)

– ସମ୍ବଲପୁରକୁ

ସ୍ୱଚ୍ଛ ରଖିବାକୁ ହେଲେ ଆମ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ ଦାୟିତ୍ୱ ନେବାକୁ ପଡିବ । ନିଜକୁ

ପରିବର୍ତ୍ତନ ନ କଲେ, ସ୍ୱଚ୍ଛତା ପ୍ରତି ନିଜର ଦାୟିତ୍ୱବୋଧ ନ ରହିଲେ ସମ୍ବଲପୁର ସ୍ୱଚ୍ଛ ହେବ ନାହିଁ । ଦଳ, ମତ, ସଂଗଠନ ଓ ବିଚାରରୁ

ଉର୍ଦ୍ଧ୍ୱରେ ରହି ସମସ୍ତଙ୍କୁ ଏଥିପାଇଁ ଆମ ସମସ୍ତଙ୍କୁ କାମ କରିବାକୁ ହେବ ବୋଲି କହିଛନ୍ତି

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।

ନିଜ ସଂସଦୀୟ କ୍ଷେତ୍ର ସମ୍ବଲପୁର ମହାନଗର ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ “ଜନ ଭାଗିଦାରୀ

ଦ୍ୱାରା ସ୍ୱଚ୍ଛତା”ର ଶୁଭାରମ୍ଭ କରିବା ସହ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ।

ପତାକା ଦେଖାଇ ସମ୍ବଲପୁର ମହାନଗର ନିଗମର ସ୍ୱଚ୍ଛତା ଗାଡିର ଶୁଭାରମ୍ଭ କରିଥିଲେ । ଏହି ଅବସରରେ

ସେ କହିଛନ୍ତି ଅହିଂସାର ପୂଜାରୀ ମହାତ୍ମା

ଗାନ୍ଧୀ ଦେଶର ପ୍ରଗତିରେ ‘ସ୍ୱଚ୍ଛତା’କୁ ଏକ ମାଧ୍ୟମ

କରିଥିଲେ । ସେହି ସ୍ୱଚ୍ଛତା ଅଭିଯାନକୁ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଜନଆନ୍ଦୋଳନରେ ପରିଣତ କରିଛନ୍ତି ।

ସମ୍ବଲପୁରରେ ସ୍ୱଚ୍ଛ ସମାଜସେବୀ ତିଆରି ହୋଇପାରିଲେ ହିଁ ଆମର ସ୍ୱଚ୍ଛ ସମ୍ବଲପୁରର ସ୍ୱପ୍ନ

ପୂରଣ ହୋଇପାରିବ । ନିଜକୁ ଫିଟ୍ ରଖିବା ପାଇଁ ଯେଉଁଭଳି ଶାରିରୀକ ବ୍ୟାୟାମ କିମ୍ବା ଅନ୍ୟ

ପ୍ରୟୋଗ ଆପଣାଇଛେ, ସେହି ସମୟରେ

ସ୍ୱଚ୍ଛତାକୁ ମଧ୍ୟ ସମସ୍ତେ ଆପାଣାଇବା ଦରକାର । ସହରର ବିଭିନ୍ନ ପଡ଼ା, ଗଳି ଓ ରାସ୍ତାରେ

ବ୍ୟବସ୍ଥିତ ଭାବରେ ଆମେ ସମସ୍ତେ ଓଦା ଓ ଶୁଖିଲା ଆବର୍ଜନାକୁ ପୃଥକ ଭାବେ ରଖିବା ଦରକାର । ଆମ

ସମ୍ବଲପୁର ସ୍ଵଚ୍ଛ ସମ୍ବଲପୁର ନାରାକୁ ସଫଳ କରିବା ଦରକାର । ସ୍ୱଚ୍ଛ ସମ୍ବଲପୁର ଲକ୍ଷ୍ୟରେ

ଆଗାମୀ ଦିନରେ ପ୍ରାୟ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ସହରରେ ବର୍ଜ୍ୟବସ୍ତୁ

ପ୍ରକ୍ରିୟାକରଣ ପ୍ଲାଣ୍ଟ୍ କରିବା ନେଇ ମଧ୍ୟ ମୋଦୀ ସରକାର ଯୋଜନା କରିଛନ୍ତି । ସ୍ଵଚ୍ଛତା ରକ୍ଷା

ଦିଗରେ ସାମୂହିକ ଉଦ୍ୟମ ଲୋଡ଼ା ରହିଛି । ମା’ ସମଲେଶ୍ୱରୀଙ୍କ

ଆଶୀର୍ବାଦରେ ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ପାଇଁ ସଂକଳ୍ପ ନେବା ଏବଂ

ଆମ ସହର ଓ ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା । ଗାନ୍ଧିଜୀଙ୍କ ସ୍ଵଚ୍ଛ ଭାରତ ସ୍ଵପ୍ନକୁ

ପୂରା କରିବା ପାଇଁ ସଂକଳ୍ପ ନେବା । ସ୍ଵଚ୍ଛ ରଖୁଥିବା ସାଥୀମାନଙ୍କୁ ଉତ୍ସାହିତ କରିବା ଓ ନିରୋଗ

ଜୀବନ ପାଇଁ ସ୍ଵଚ୍ଛତାକୁ ଆପଣାଇବା ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande