ବଳଦେବଜୀଉ ବିଦ୍ୟାପୀଠ ୧୯୯୫ ମସିହା ବ୍ୟାଚର ବନ୍ଧୁ ମିଳନ ଉତ୍ସବ
ଧର୍ମଶାଳା, ୨୫ ଫେବୃଆରୀ (ହି.ସ.)- ଶିକ୍ଷାନୁଷ୍ଠାନ ଏକ ପବିତ୍ର ଅନୁଷ୍ଠାନ । ଏହି ଅନୁଷ୍ଠାନ ଅନେକ ଯୁବ ପ୍ରତିଭାଙ୍କୁ ତିଆରି କରିଛି । କେବଳ ଗୁରୁଶିଷ୍ୟ ପରମ୍ପରା ସୁବଦିନ ରହିଛି ଆଉ ରହିବ ମଧ୍ୟ । ବନ୍ଧୁ ମିଳନ ଉତ୍ସବରେ ଅନେକ ସ୍ମୃତିକୁ ବଂଚାଇ ରଖିବା ଏକ ପ୍ରୟାସ ବୋଲି ଏକ ବନ୍ଧୁ ମିଳନ ଉତ୍ସବରେ ମାଟ୍
ବଳଦେବଜୀଉ ବିଦ୍ୟାପୀଠ ୧୯୯୫ ମସିହା ବ୍ୟାଚର ବନ୍ଧୁ  ମିଳନ ଉତ୍ସବ


ଧର୍ମଶାଳା, ୨୫ ଫେବୃଆରୀ (ହି.ସ.)- ଶିକ୍ଷାନୁଷ୍ଠାନ ଏକ ପବିତ୍ର ଅନୁଷ୍ଠାନ । ଏହି ଅନୁଷ୍ଠାନ ଅନେକ ଯୁବ ପ୍ରତିଭାଙ୍କୁ ତିଆରି କରିଛି । କେବଳ ଗୁରୁଶିଷ୍ୟ ପରମ୍ପରା ସୁବଦିନ ରହିଛି ଆଉ ରହିବ ମଧ୍ୟ । ବନ୍ଧୁ ମିଳନ ଉତ୍ସବରେ ଅନେକ ସ୍ମୃତିକୁ ବଂଚାଇ ରଖିବା ଏକ ପ୍ରୟାସ ବୋଲି ଏକ ବନ୍ଧୁ ମିଳନ ଉତ୍ସବରେ ମାଟ୍ରିକ ବ୍ୟାଚ୍‌ର ଛାତ୍ରଛାତ୍ରୀମାନେ ଏକତ୍ର ହୋଇ ଭାବର ଆଦାନ ପ୍ରଦାନ କରିଥିଲେ । ଏହି ଅବସରରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଓଦା ପଂଚାୟତସ୍ଥ ବଳଦେବଜୀଉ ବିଦ୍ୟାପୀଠର ୧୯୯୫ ମସିହା ମାଟ୍ରିକ ବ୍ୟାଚକୁ ନେଇ ଏକ ବନ୍ଧୁ ମିଳନ ଉତ୍ସବ ବାସୁଦେବପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଭାପତି ଅମ୍ଲାନ ପାଣି ଓ ସମ୍ପାଦିକା ଅରୁଣଧୋତି ପଣ୍ଡାଙ୍କ ତତ୍ୱବଧାନରେ ପାଖାପାଖି ୫୦ରୁ ଉର୍ଦ୍ଧ ସହପାଠୀ ଓ ସହ ପାଠିନୀ ଯୋଗ ଦେଇ ପୁରୁଣା ସ୍ମୃତିକୁ ମନେ ପକାଇଥିଲେ । ଏବଂ ପ୍ରାକ୍ତନ ଶିକ୍ଷାବିତମାନଙ୍କୁ ମନେ ପକାଇ ସେମାନଙ୍କ ଅବଦାନକୁ କେବେ ବି ଭୁଲି ହେବ ନାହିଁ ବୋଲି ମତ ପ୍ରକାଶ କରିବା ସହ ଦିବାଙ୍ଗତ ଶିକ୍ଷକମାନଙ୍କ ସ୍ମୃତି ଚାରଣ କରିଥିଲେ । ନଳିନୀ ପାଣିଗ୍ରାହୀ, ସସ୍ମିତା ନନ୍ଦ, ପ୍ରକାଶ ମିଶ୍ର, ବାସୁଦେବ ପଣ୍ଡା, ଶ୍ୟାମ ସୁନ୍ଦର ବେହେରା, ତୁଷାର ମିଶ୍ର, କୁଳମଣୀ ସାହୁ,ସନ୍ତୋଷ ସାହୁ, ହିମାଶୁଂ ଶେଖର ମହାନ୍ତି, ସନ୍ତୋଷ ମଲ୍ଲିକ, ବିଜୟ ମଲ୍ଲିକ, ନିରଞ୍ଜନ ମଲ୍ଲିକ, ସୁନିଲ କୁମାର ନନ୍ଦ, ନିରଞ୍ଜନ ମହାରଣା, ଅମୂଲ୍ୟ କୁମାର ସାହୁ,ସୁଧାକର ରଣା, ସନ୍ତୋଷ ତରାଇ ଓ ରୁଦ୍ର ନାରାୟଣ ତରାଇ ପ୍ରମୁଖ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande