ଜୟପୁର, ୨୫ ଫେବୃଆରୀ (ହି.ସ.)- ଜୟପୁର ଫୁଲବାଡ ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ବିଜ୍ଞାନ ଇଣ୍ଟର ନେସନାଲ ସ୍କୁଲର ଏକାଉଟେଣ୍ଟକୁ ମାଡ ମାରିଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ଅପରାହ୍ନ ୪ଟାରେ କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଉମୁରି ତଳସାହିର ପ୍ରବିର ହରିଜନ ଏଲିୟସ ନାଗ (୧୯), ମକାପୁଟ ର ସିମନ କୁଞ୍ଚରିଆ ।
ସୂଚନା ଅନୁଯାୟୀ, ଏକାଉଟେଣ୍ଟ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ମାଡ ମାରିଛନ୍ତି । ସ୍କୁଲ ଫି କୁ ନେଇ ଏକାଉଣ୍ଟେଣ୍ଟ ଓ ୨ ଅଭିଯୁକ୍ତ ମଧ୍ୟରେ ବଚଲା ହୋଇଥିଲା । ଏଥିଲେ ଉତ୍ୟକ୍ତ ହୋଇ ୨ ଅଭିଯୁକ୍ତ ଏକାଉଟେଣ୍ଟକୁ ମାଡ ମାରିଛନ୍ତି । ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ୨ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପବନ