ସଭାପତିଙ୍କ ନେତୃତ୍ୱରେ ସମସ୍ତେ କାର୍ଯ୍ୟ କରିବେ – ପଦ୍ନନାଭ ବେହେରା
ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)– ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତେ କାର୍ଯ୍ୟ କରିବେ । ଏହା କହିଛନ୍ତି ବିଜେଡିର ବରିଷ୍ଠ ନେତା ପଦ୍ନନାଭ ବେହେରା । ସେ କହିଛନ୍ତି ଯେ, ବିଜେଡିର ଭବିଷ୍ୟତ ନେଇ ଆମେ ବରିଷ୍ଠ ନେତୃତ୍ୱ ମାନେ ସଭାପତିଙ୍କୁ କିଛି
ସଭାପତିଙ୍କ ନେତୃତ୍ୱରେ ସମସ୍ତେ କାର୍ଯ୍ୟ କରିବେ – ପଦ୍ନନାଭ ବେହେରା


ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)– ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ

ସମସ୍ତେ କାର୍ଯ୍ୟ କରିବେ । ଏହା କହିଛନ୍ତି ବିଜେଡିର ବରିଷ୍ଠ ନେତା ପଦ୍ନନାଭ ବେହେରା ।

ସେ କହିଛନ୍ତି ଯେ, ବିଜେଡିର ଭବିଷ୍ୟତ ନେଇ ଆମେ ବରିଷ୍ଠ ନେତୃତ୍ୱ ମାନେ ସଭାପତିଙ୍କୁ କିଛି

ପ୍ରସ୍ତାବ ବା ପରାମର୍ଶ ଦେଇଥିଲୁ ତାକୁ ସେ କିଛିଟା କାର୍ଯ୍ୟକାରୀ କରିଛନ୍ତି ଆଉ କିଛି ଏଇ

ସାଂଗଠନିକ ନିର୍ବାଚନ ଶେଷ ବେଳକୁ କରିବେ ବୋଲି ଆମେ ଆଶାବାଦୀ । କଣ ପରାମର୍ଶ ଦେଇଥିଲୁ

ଗଣମାଧ୍ୟମ ଆଗରେ ତ କହି ହେବନି କିନ୍ତୁ ଦଳୀୟ ଶୃଙ୍ଖଳା ଭିତରେ ଦଳ ପାଇଁ ଯାହା ନିହାତି

ଆବଶ୍ୟକତା ରହିଛି ସେ କଥା ସଭାପତିଙ୍କୁ କହିଛୁ ।

ଦଳର ଦ୍ୱିତୀୟ ପିଢ଼ି ଙ୍କୁ ନେଇ ସଭାପତି ଯାହା ନିଷ୍ପତ୍ତି ନେବେ ତାକୁ ସମସ୍ତେ ଗ୍ରହଣ କରିବେ । ଦଳର ଦାୟିତ୍ୱ ତାଙ୍କ ଉପରେ

ଆମେ ନ୍ୟସ୍ତ କରିଛୁ ତାଙ୍କ ନେତୃତ୍ୱରେ ହିଁ ସଂଗଠନ ସୁଦୃଢ ହେବ । ଯେଉଁମାନଙ୍କୁ ସେ ଦାୟିତ୍ୱ

ଦେବେ ସେମାନେ ଦଳ ପାଇଁ କାର୍ଯ୍ୟ କରିବେ । କିନ୍ତୁ ସଭାପତି ଙ୍କ ନେତୃତ୍ୱରେ ସମସ୍ତେ କାର୍ଯ୍ୟ

କରିବେ । ସମସ୍ତ ଙ୍କୁ ନେଇ ଦଳ ଚାଲିବା ଉଚିତ ଆଉ ସେହି ଅନୁଯାୟୀ ଚାଲିବ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande