ଭୁବନ, ୨୫ ଫେବୃଆରୀ (ହି.ସ.)- ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ ( ବି) ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀମତୀ ସରସ୍ଵତୀ ପରିଡ଼ା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି, ଏ ବି ଇ ଓ ଶ୍ରୀମତୀ ସୁମତି ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ବାରୁଆଁ ( ବି) ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁ, ମା ମଙ୍ଗଳା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବସିର ଖାଁ, ଅବସରପ୍ରାପ୍ତ ଶିକ୍ଷକ ଦୁଃଶାସନ ପରିଡ଼ା, ଅଶେଷ କୁମାର ସାହୁ, ମାଧବ ଚନ୍ଦ୍ର ବେହେରା ଯୋଗଦେଇଥିଲେ । ଏହି ଅବସରରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ପ୍ରଧାନ ଶିକ୍ଷକ ଉତ୍କଳମଣି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଶେଷରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ