ଭୁବନ, ୨୫ ଫେବୃଆରୀ (ହି.ସ.)- ସ୍ୱଚ୍ଛ ସର୍ବେକ୍ଷଣ ସାଙ୍କେତିକ ମାପଦଣ୍ଡକୁ ଦୃଷ୍ଟିରେ ରଖି ଗତ ୨୧ ତାରିଖ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟରତ ସ୍ଵଂୟ ସହାୟିକା ମହିଳା ଗୋଷ୍ଠୀ ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି ନିମନ୍ତେ ଭୁବନେଶ୍ୱର ମହାନଗର ଦ୍ଵାରା ପରିଚାଳିତ ସମ୍ପଦ କେନ୍ଦ୍ର ଓ ମଳ ଉପଚାର କେନ୍ଦ୍ର ପରିଦର୍ଶନ କରିଥିଲେ l ମହାନଗର ଡେପୁଟି କମିଶନର କାର୍ଯ୍ୟ ନିର୍ବାହୀ ଅଧିକାରୀ, ବିଜ୍ଞାପିତ ଅଞ୍ଚଳ ପରିଷଦ, ଭୁବନ ଙ୍କୁ ପୁଷ୍ପ ଗୁଛ ଦେଇ ସ୍ବାଗତ ଜଣାଇବା ସହିତ ବିଭିନ୍ନ ସ୍ଥାନକୁ ପରିଦର୍ଶନ ନିମନ୍ତେ ସମସ୍ତ ବନ୍ଦୋବସ୍ତ କରିଥିଲେ l ଏହି ପରିଦର୍ଶନ ମାଧ୍ୟମରେ ଆହରଣ କରିଥିବା ସମସ୍ତ ଜ୍ଞାନ ଓ ପଦ୍ଧତି କୁ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ଲାଣ୍ଟରେ କେମିତି ଫଳପ୍ରଦ ହେବ ତା ଉପରେ ଗୁରୁତ୍ବ ଦେବାକୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ ସମସ୍ତ ଗୋଷ୍ଠୀର ସଦସ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ l ଉକ୍ତ ପରିଦର୍ଶନ ଦଳରେ ନିଜେ କାର୍ଯ୍ୟ ନିର୍ବାହୀ ଅଧିକାରୀ,ପରିମଳ ବିଶେଷଜ୍ଞ,ଏମ ଆଇ ଏସ, ପରିମଳ ପରିଦର୍ଶକ ଓ କାର୍ଯ୍ୟାଳୟ ର ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ l
କାର୍ଯ୍ୟ ନିର୍ବାହୀ ଭୁବନ ଏନ୍ ଏ ସି କିଭଳି ଭାବେ ରାଜ୍ୟ ଓ କେନ୍ଦ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିବ ସେଥିପ୍ରତି ପ୍ରୟାସ ଜାରି ରହିଛି ଏବଂ ସର୍ବସାଧାରଣ ଆମ ଭୁବନ କୁ ସ୍ଵଚ୍ଛ ଓ ସୁସ୍ଥ ରଖିବା ପାଇଁ ନିଜ ନିଜର ସକରାତ୍ମକ ମତ ନିର୍ଦ୍ଧାରିତ ଆପ ରେ ବହୁଳ ସଂଖ୍ୟାରେ ଦେବା ପାଇଁ ଅନୁରୋଧ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ