ଜାଗର ପାଇଁ ବିଏମସିର ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ଵର 25 ଫେବ୍ରୁଆରି (ହି.ସ.) ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଆସନ୍ତା 26 ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଜାଗର ଯାତ୍ରା ଉପଲକ୍ଷେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ବୈଠକର ଅବ୍ୟବହିତ ପୂର୍ବରୁ ମାନନୀୟା
ଜାଗର ପାଇଁ ବିଏମସିର ବ୍ୟାପକ ପ୍ରସ୍ତୁତି


ଭୁବନେଶ୍ଵର 25 ଫେବ୍ରୁଆରି (ହି.ସ.)

ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଆସନ୍ତା 26 ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଜାଗର ଯାତ୍ରା ଉପଲକ୍ଷେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ବୈଠକର ଅବ୍ୟବହିତ ପୂର୍ବରୁ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଅଂଚଳ ପରିଦର୍ଶନ କରିଥିଲେ । ଏହା ପରେ ବିଏମ୍ ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଶ୍ରୀମତୀ ସସ୍ମିତା ସାହୁଙ୍କ ସହ ସମସ୍ତ ଉପାୟୁକ୍ତ, ସହକାରୀ କମିଶନର ଶ୍ରୀ ଏନ୍. ଗଣେଶ ବାବୁ, ବିଏମ୍ ସି ସହରାଞ୍ଚଳ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଦୀପକ ବିଶୋଇ, ସମସ୍ତ ଏଜେନ୍ସି, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରରେ ବିଦ୍ୟୁତ୍ ଆଲୋକ ବ୍ୟବସ୍ଥା କରିବା ସହ ଆଲୋକ ସଜ୍ଜା ପ୍ରତି ଧ୍ୟାନ ଦେବେ । ସେହିପରି ପରିମଳ ବ୍ୟବସ୍ଥା ତଦାରଖ କରିବା ପାଇଁ ନୋଡାଲ ଅଧିକାରୀ ଭାବେ ସହରାଞ୍ଚଳ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କାର୍ଯ୍ୟ ତୁଲାଇବେ । ଜାଗର ଯାତ୍ରାର ପୂର୍ବ ଦିନଠାରୁ ପରଦିନ ପର୍ଯ୍ୟନ୍ତ ଉଭୟ ଲିଙ୍ଗରାଜଙ୍କ ମନ୍ଦିର ଏବଂ କପିଳେଶ୍ୱର ଦେବଙ୍କ ମନ୍ଦିର ଅଂଚଳରେ ପରିମଳ ବ୍ୟବସ୍ଥାକୁ କଡାକଡି କରାଯିବ । ଏଜେନ୍ସିଗୁଡିକ ଏହି ତିନିଦିନ ଅଧିକ ପରିମଳ କର୍ମଚାରୀଙ୍କୁ ନିୟୋଜିତ କରିବା ସହ ଉଭୟ ମନ୍ଦିର ଭିତର ଓ ବାହାର ପରିଷ୍କାର ରିଖିବେ । ଏହା ସହିତ ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ପରିଷ୍କାର ରଖିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି । ରଥ ରୋର୍ଡ ସହ ଏହାର ଆଖପାଖ ଅଂଚଳରେ ମଧ୍ୟ ପରିମଳ ବ୍ୟବସ୍ଥା ତଦାରଖ କରିବା ପାଇଁ ନିର୍ଦେଶ ଦିଆଯାଇଛି । ସେହିପରି ବିନ୍ଦୁସାଗର ଅଂଚଳର ଭାୟା ଅନନ୍ତ ବାସୁଦେବଙ୍କ ମନ୍ଦିର ଦେଇ, କୋରାପୁଟ ଭବନରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ, ଲିଙ୍ଗରାଜ ସମ୍ମୁଖ ଅଂଚଳ, ନୂଆ ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଆଦି ଅଂଚଳରେ ପରିମଳ ବ୍ୟବସ୍ଥାକୁ କଡାକଡି କରିବାକୁ କୁହାଯାଇଛି । ଏହି ସମସ୍ତ ଅଂଚଳରେ ପରିମଳ ବ୍ୟବସ୍ଥାର ସୁପରିଚାଳନା ପାଇଁ ଏଜେନ୍ସିମାନେ ଅଧିକ ପରିମଳ କର୍ମୀଙ୍କୁ ନିୟୋଜିତ କରିବାକୁ କୁହାଯାଇଛି ।

ବିନ୍ଦୁ ସାଗର ମୌନୀ ଘାଟଠାରେ ମଧ୍ୟ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ଡିଭିଜନ-3ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି ଏବଂ ଇଲୁମିନେସନ ଆଲୋକ ବ୍ୟବସ୍ଥା କରିବା ପାଇଁ ବିଦ୍ୟୁତ୍ ଉପବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

ଦୁଇଟି ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଇବା ପାଇଁ ଜୋନାଲ କମିଶନର (ଭେଇକ୍ଲି)ଙ୍କୁ ନିର୍ଦେଶ ଦିଆଯାଇଛି । ମନ୍ଦିର ପ୍ରଶାସନ ଓ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରି 25 ତାରିଖ ସଂଧ୍ୟାରୁ 27 ତାରିଖ ସକାଳ ପର୍ଯ୍ୟନ୍ତ ଦର୍ଶନାର୍ଥି ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପାଇଁ ଏହି ପାଣି ଟ୍ୟାଙ୍କର ସେଠାରେ ମହଜୁଦ୍ ରହିବ ।

ଜାଗର ମହୋତ୍ସବ ପାଇଁ ଦୂରଦୂରନ୍ତରୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାର ସମ୍ମୁଖନୀ ନ ହୁଅନ୍ତି, ସେଥିପାଇଁ 12ଟି ବାୟୋ ଟଏଲେଟ୍ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ଏହି ଟଏଲେଟ୍ ଗୁଡିକ ରହିବ । ସେହିପରି ଲିଙ୍ଗରାଜ ନୂଆ ମାର୍କେଟ କମ୍ପ୍ଲେକ୍ସ, ଭଜନ ମଣ୍ଡପ, ଓବିସିସି ସାଇଟ୍ ଓ 10ଟି ଅସ୍ଥାୟୀ ବାୟୋ ଟଏଲେଟ୍ ଭ୍ୟାନ୍ ସହ ସ୍ୱେଚ୍ଛାସେବୀମାନେ 25 ତାରିଖ ସଂଧ୍ୟାରୁ 27 ତାରିଖ ସକାଳ ପର୍ଯ୍ୟନ୍ତ ଉପସ୍ଥିତ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ଏହି କାମ 3ଟି ସିଫ୍ଟରେ କରାଯିବ । ପ୍ରତି ସିଫ୍ଟରେ 2 ଜଣ ଲେଖାଏଁ କର୍ମୀ ରହିବେ । ବିଭିନ୍ନ ସ୍ଥାନରେ ମୃତୟନ ହୋଇଥିବା ଭ୍ରାମ୍ୟମାଣ ଟଏଲେଟଗୁଡର ପରିମଳ ବ୍ୟବସ୍ଥାକୁ ସଠିକ ଭାବେ ତଦାରଖ କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛ । ଭିତରେ ଥିବା ସ୍ଥାୟୀ ଟଏଲେଟର ସୁପରିଚାଳନା ପାଇଁ ଆବଶ୍ୟକ ଜିନିଷ ସହ ସ୍ୱେଚ୍ଛାସେବୀମାନଙ୍କୁ ମୁତୟନ କରିବା ପାଇଁ ସଂପୃକ୍ତ ଏଜେନ୍ସିକୁ ନିର୍ଦେଶ ଦିଆଯାଇଛି । ତେବେ ଟଏଲେଟଗୁଡିକୁ 24 ଘଣ୍ଟିଆ ପାଣି ଯୋଗାଣ ପାଇଁ ଉଭୟ ଲିଙ୍ଗରାଜ ମନ୍ଦିର ଏବଂ କପିଳେଶ୍ୱର ଦେବଙ୍କ ମନ୍ଦିର ନିକଟରେ ଆଉ 3ଟି ଅତିରିକ୍ତ ପାଣି ଟ୍ୟାଙ୍କର ଦରକାର ବୋଲି ଏହି ବୈଠକରେ ଆଲୋଚନା ହୋଇଛି । ମୋବାଇଲ ଟଏଲେଟଗୁଡିକୁ ନେବା ଆଣିବା କରିବା ପାଇଁ ଟ୍ରାକ୍ଟର ବ୍ୟବହାର କରାଯିବ ଏବଂ ଆବଶ୍ୟକ ଅନୁଯାୟୀ ସେସପୁଲ୍ ଗାଡି ମଧ୍ୟ ମୁତୟନ କରାଯିବ ।

ବିଏମ୍ ସି ହସପିଟାଲରେ ସମସ୍ତ ପାରାମେଡିକାଲ କର୍ମଚାରୀଙ୍କୁ ନିୟୋଜିତ କରିବା ସହ ଆବଶ୍ୟକ ପରିମାଣର ଔଷଧ, ଫାଷ୍ଟ ଏଡ୍ ଆଦି ସଂରଞ୍ଜାମ ପ୍ରସ୍ତୁତ କରି ରଖିବାକୁ ସହରାଞ୍ଚଳ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ଲିଙ୍ଗରାଜ ମନ୍ଦିର ଚର୍ତଃପାର୍ଶ୍ୱ ଏବଂ ଆଖପାଖ ଅଂଚଳରେ ମଶା ଧୂଆଁ ଦେବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ଲିଙ୍ଗରାଜ ମନ୍ଦିରରେ ପୁଷ୍ପ ସଜ୍ଜିକରଣ ପାଇଁ ମାନନୀୟା ମେୟର ଶ୍ରୀମତୀ ସୁଲୋନଚା ଦାସ ଚାହୁଁଥିବାରୁ ତାହା କରାଯିବାକୁ ନିଷ୍ପତ୍ତି ହୋଇଛି ।

ଲିଙ୍ଗରାଜ ମନ୍ଦିର ଭିତରେ ସଫା କରିବା ପାଇଁ ଆବଶ୍ୟକ ଝାଡୁ, ଝୁଡି ବା ଗାଣ୍ଡୁଆ, ବ୍ଲିଚିଂ ପାଉଡର ଆଦି ମହଜୁଦ ରଖିବା ପାଇଁ କୁହାଯାଇଛି । ଏବିସି ଉପବିଭାଗ ବୁଲା ଗାଈଗୋରୁ ଓ ବୁଲା କୁକୁରଙ୍କୁ ସ୍ଥାନାନ୍ତର କରିବା ପାଇଁ ସେମାନଙ୍କର ଟିମ୍ ଓ ଗାଡି ମୁତୟନ କରିବାକୁ ନିର୍ଦେଶ ଦିଆଯାଇଛି ।

ମହାଶିବ ରାତ୍ରୀଙ୍କୁ ଶାନ୍ତି ଶୃଙ୍ଖଳାର ସହ ସୁରୁଖୁରୁରେ ସଂପାଦନ କରିବା ପାଇଁ ସାଉଥ୍-ଇଷ୍ଟ ଜୋନାଲ କମିଶନରଙ୍କୁ ସମସ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଦାୟିତ୍ୱ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande