ସନ୍ତାନ ଜନ୍ମ କଲେ ଦଶମ ଶ୍ରେଣୀ ଛାତ୍ରୀ
ମାଲକାନଗିରି,୨୫ ଫେବ୍ରୁଆରି (ହି.ସ.) ହଠାତ୍ ଫୋନ୍ ଆସିଲା... ତୁମ ଝିଅ ସ୍କୁଲରୁ ନିଖୋଜ ଅଛି। ଏ ଖବର ଶୁଣି କିଛି ଗାଁ ଲୋକଙ୍କୁ ଧରି ତୁରନ୍ତ ସ୍କୁଲରେ ପହଞ୍ଚିଲେ ବାପା। ହେଲେ ସେଠାରେ ଝିଅ ବିଷୟରେ ପଚାରିବାରୁ ଯାହା ଶୁଣିଲେ ତାଙ୍କ ମୁଣ୍ଡ ଘୂରାଇ ଦେଲା। ଭବିଷ୍ୟତ ଗଢିବା ପାଇଁ ସ୍ଵପ୍ନ ଦେଖି ଯେଉଁ ଆଶା
ସନ୍ତାନ ଜନ୍ମ କଲେ ଦଶମ ଶ୍ରେଣୀ ଛାତ୍ରୀ


ମାଲକାନଗିରି,୨୫ ଫେବ୍ରୁଆରି (ହି.ସ.)

ହଠାତ୍ ଫୋନ୍ ଆସିଲା... ତୁମ ଝିଅ ସ୍କୁଲରୁ ନିଖୋଜ ଅଛି। ଏ ଖବର ଶୁଣି କିଛି ଗାଁ ଲୋକଙ୍କୁ ଧରି ତୁରନ୍ତ ସ୍କୁଲରେ ପହଞ୍ଚିଲେ ବାପା। ହେଲେ ସେଠାରେ ଝିଅ ବିଷୟରେ ପଚାରିବାରୁ ଯାହା ଶୁଣିଲେ ତାଙ୍କ ମୁଣ୍ଡ ଘୂରାଇ ଦେଲା। ଭବିଷ୍ୟତ ଗଢିବା ପାଇଁ ସ୍ଵପ୍ନ ଦେଖି ଯେଉଁ ଆଶାରେ ଝିଅକୁ ସ୍କୁଲକୁ ପଠାଇଥିଲେ ସେ ଆଶା ମରିଗଲା

କାରଣ ଝିଅ ଏକ ସନ୍ତାନ ପ୍ରସବ ଦେଇଥିବା ସ୍କୁଲ କର୍ତ୍ତୃପକ୍ଷ କହିଥିଲେ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଏସ.ଏସ.ଡି ବାଳିକା ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଛାତ୍ରୀଙ୍କ ବାପା କହିବା ଅନୁଯାୟୀ, ଝିଅ ଚିତ୍ରକୋଣ୍ଡା ଏସ.ଏସ.ଡି ଉଚ୍ଚ ବାଳିକା ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିଲା। ଗତକାଲି ଇଂରାଜୀ ପରୀକ୍ଷା ଦେଇଥିଲା। ସ୍କୁଲର ଜଣେ ମ୍ୟାଡମ୍ ଫୋନ୍ କରି ଝିଅ ସ୍କୁଲରୁ ନିଖୋଜ ଥିବା ବିଷୟରେ କହିଥିଲେ। ଖବର ଶୁଣି ତୁରନ୍ତ କିଛି ଗାଁ ଲୋକଙ୍କୁ ଧରି ସେ ଚିତ୍ରକୋଣ୍ଡାରେ ପହଞ୍ଚିଥିଲେ। ଏ ବିଷୟରେ ପଚାରିବାରୁ ଝିଅ ଏକ ସନ୍ତାନ ପ୍ରସବ କରିଥିବା ସ୍କୁଲ କର୍ତ୍ତୃପକ୍ଷ କହିଥିଲେ। ମେଡ଼ିକାଲରେ ପହଞ୍ଚି ପରିବାର ଲୋକେ ଝିଅ ଓ ଛୁଆକୁ ଦେଖିଥିଲେ।

ତେବେ ଛାତ୍ରୀଙ୍କ ବାପା ପୁଣି କହିଛନ୍ତି ଯେ, ଆଜିକୁ ବର୍ଷେ ହେବ ଝିଅ ଘରକୁ ଯାଇନାହିଁ। ଏ ଘଟଣା ସମ୍ପର୍କରେ କେବେ ମଧ୍ୟ ଝିଅ ପରିବାର ସହ କୌଣସି ଆଲୋଚନା କରିନାହିଁ। ଏହି ଘଟଣା ସମ୍ପର୍କରେ ସ୍କୁଲ ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷାକଙ୍କୁ ପଚାରିବାରୁ ମୁଁ ଏହି ସଂପର୍କରେ ଅବଗତ ନାହଁ ବୋଲି କହିଛନ୍ତି। ତେବେ ଦଶମ ପରୀକ୍ଷା ଦେଉଥିବା ଛାତ୍ରୀ କେମିତି ଗର୍ଭବତୀ ହେଲେ ବିଦ୍ୟାଳୟର ହଷ୍ଟେଲ ପରିସରରେ ଏକ ସନ୍ତାନ ପ୍ରସବ କଲେ

ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ତୁରନ୍ତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ଆଦିବାସୀ ଅଞ୍ଚଳରେ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷିତ ହେବ ପାଇଁ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, କିନ୍ତୁ ଏହିଭଳି ଘଟଣା ଘଟିବା ପରେ ଅଭିଭାବକମାନେ ବାଳିକା ଶିକ୍ଷା ଠାରୁ ମୁହଁ ଫେରାଇ ନେବାକୁ ବାଧ୍ୟ ହେଉଛନ୍ତି। ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ଵହୀନତା କାରଣରୁ ଏହିଭଳି ଘଟଣା ବାରମ୍ବାର ଘଟୁଛି ବୋଲି ସାଧାରଣରେ ଆଲୋଚନା ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande