ଡ଼ିଭାଇଡ଼ରରେ ପିଟି ହୋଇ କାର ଚୁରମାର
କୋରେଇ, ୨୫ ଫେବୃୟାରୀ (ହି.ସ) - ପାଣିକୋଇଲି ଥାନା ଅନ୍ତର୍ଗତ୧୬ ନମ୍ବର ଜାତୀୟ ରାଜପଥର ପୁରୁଣା ଟୋଲଗେଟ ନିକଟରେ ଆଗ ଚକର ଟାୟାର ଫାଟି ଯିବାରୁ ଡ଼ିଭାଇଡ଼ରରେ ପିଟି ହୋଇ କାର ଚୁରମାର ହୋଇଥିବା ବେଳେ ଚାଳକ ମଧ୍ୟ ଆହତ ହୋଇଛନ୍ତି। ପ୍ରକାଶଯେ ନିଜର ସମ୍ପର୍କୀୟଙ୍କୁ ପାଣିକୋଇଲି ବଜାରରେ ଛାଡ଼ି ଘରକୁ ଫେରୁଥିବା
ଡ଼ିଭାଇଡ଼ରରେ ପିଟି ହୋଇ କାର ଚୁରମାର


କୋରେଇ, ୨୫ ଫେବୃୟାରୀ (ହି.ସ) - ପାଣିକୋଇଲି ଥାନା ଅନ୍ତର୍ଗତ୧୬ ନମ୍ବର ଜାତୀୟ ରାଜପଥର ପୁରୁଣା ଟୋଲଗେଟ ନିକଟରେ ଆଗ ଚକର ଟାୟାର ଫାଟି ଯିବାରୁ ଡ଼ିଭାଇଡ଼ରରେ ପିଟି ହୋଇ କାର ଚୁରମାର ହୋଇଥିବା ବେଳେ ଚାଳକ ମଧ୍ୟ ଆହତ ହୋଇଛନ୍ତି। ପ୍ରକାଶଯେ ନିଜର ସମ୍ପର୍କୀୟଙ୍କୁ ପାଣିକୋଇଲି ବଜାରରେ ଛାଡ଼ି ଘରକୁ ଫେରୁଥିବା ଗୋଳେଇପୁର ଗ୍ରାମର ରଂଜନ ପ୍ରଧାନ ଟୋଲଗେଟ ନିକଟରେ ଆଗ ଟାୟାର ଫାଟି ଯିବାରୁ ଭାରସାମ୍ୟ ହରାଇ ରାସ୍ତା ଡ଼ିଭାଇଡ଼ରରେ ପିଟି ହୋଇଯାଇଥିଲେ। ଫଳରେ କାରଟିର ସମ୍ମୁଖ ଭାଗ ସମ୍ପୂର୍ଣ ଭାଙ୍ଗିରୁଜି ଯାଇଥିଲା। ହେଲେ ବେଲୁନ ବାହାରି ଯିବାରୁ ରଂଜନଙ୍କର ବିଶେଷ କିଛି କ୍ଷତି ହୋଇନଥିଲା। ଖବର ପାଇ ପାଣିକୋଇଲି ପୁଲିସ ଓ ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁପର ସଭାପତି ଅଶୋକ କୁମାର ଦାସ ଘଟଣାସ୍ଥଳରେ ପହଂଚି ଆହତ ରଂଜନଙ୍କୁ ଉଦ୍ଧାର କରି ସ୍ଥାନୀୟ ଏକ ବେସରକାରୀ ନସିଂ ହୋମରେ ଚିକିତ୍ସା କରାଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande