ଗାନ୍ଧୀ ବାଳାଶ୍ରମରେ ସଙ୍ଗୀତ ଓ ନୃତ୍ୟ ଷ୍ଟୁଡିଓର ଶୁଭ ଉନ୍ମୋଚନ
ଭଦ୍ରକ, ୨୫ ଫେବୃୟାରୀ (ହି.ସ.) - ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ମହିଳା ଓ ଶିଶୁ ବିକାଶ ବିଭାଗର ଆର୍ଥିକ ଅନୁଦାନରେ ଜିଲ୍ଲା ପ୍ରଶାସନ ତରଫରୁ ଗାନ୍ଧୀ ବାଳାଶ୍ରମ ପରିସରରେ ଶିଶୁ ମାନଙ୍କ ପାଇଁ ନିର୍ମାଣ କରାଯାଇଥିବା ସଙ୍ଗୀତ ଓ ନୃତ୍ୟ ଷ୍ଟୁଡିଓର ଶୁଭ ଉନ୍ମୋଚନ ସମାରୋହରେ ଅନୁଷ୍ଠିତ ହୋଇଛି । ଭଦ୍ର
GANDHI BALASHRAM RE STUDIO INAUGURATION


ଭଦ୍ରକ, ୨୫ ଫେବୃୟାରୀ (ହି.ସ.) - ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ମହିଳା ଓ ଶିଶୁ ବିକାଶ ବିଭାଗର ଆର୍ଥିକ ଅନୁଦାନରେ ଜିଲ୍ଲା ପ୍ରଶାସନ ତରଫରୁ ଗାନ୍ଧୀ ବାଳାଶ୍ରମ ପରିସରରେ ଶିଶୁ ମାନଙ୍କ ପାଇଁ ନିର୍ମାଣ କରାଯାଇଥିବା ସଙ୍ଗୀତ ଓ ନୃତ୍ୟ ଷ୍ଟୁଡିଓର ଶୁଭ ଉନ୍ମୋଚନ ସମାରୋହରେ ଅନୁଷ୍ଠିତ ହୋଇଛି । ଭଦ୍ରକର ମାନ୍ୟବର ସାଂସଦ ଅଭିମନ୍ୟୁ ସେଠୀ, ମାନ୍ୟବର ବିଧାୟକ ସିତାଂଶୁ ସେଖର ମହାପାତ୍ର, ମାନ୍ୟବର ଜିଲ୍ଲାପାଳ ଦିଲୀପ ରାଉତରାଏ, ସୂଚନା ଓ ଲୋକ ସର୍ମ୍ପକ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡା. ଦେବରାଜ ପାଣିଗ୍ରାହୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ଆଦିଙ୍କ ଉପସ୍ଥିତିରେ ମାନ୍ୟବର ସାଂସଦଙ୍କ ଦ୍ୱାରା ସଙ୍ଗୀତ ଓ ନୃତ୍ୟ ଷ୍ଟୁଡିଓ ଉଦ୍‌ଘାଟିତ ହୋଇଥିଲା । ଅତିଥିମାନେ ବାଳଶ୍ରମରେ ପହଂଚିବା ପରେ ବାଳାଶ୍ରମ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ତତ୍ପରେ ଅତିଥିମାନେ ଗାନ୍ଧୀ ସ୍ମୃତି ମନ୍ଦିର ପରିଦର୍ଶନ କରିବା ସହ ଗାନ୍ଧୀଜୀଙ୍କ ବ୍ୟବହୃତ ସାମଗ୍ରୀ ଦେଖି ଅଭିଭୂତ ହୋଇଥିଲେ । ଅତିଥିମାନଙ୍କୁ ଅନ୍ତେବାସୀମାନେ ଆକର୍ଷଣୀୟ ଶୋଭାଯାତ୍ରାରେ ଉନ୍ମୋଚନ ସ୍ଥାନକୁ ପାଛୋଟି ନେଇଥିଲେ । ଏହି ଅବସରରେ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ ସହ ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ତତ୍ପରେ ବାଳାଶ୍ରମର ଅନ୍ତେବାସୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ସମାଜସେବୀ ସୁଧାକର ରାଉତ ମଂଚ ଆମନ୍ତ୍ରଣ କରିଥିବା ବେଳେ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରତିଭା ବିକାଶରେ ବୟସ ପ୍ରତିବନ୍ଧକ ସାଜି ପାରେନା, ଇଚ୍ଛା ଶକ୍ତି ଥିଲେ ସଫଳତା ନିକଟରେ ପହଂଚି ହୁଏ । ଏଠାରେ ଅବସ୍ଥାନ କରୁଥିବା ସମସ୍ତ ଅନ୍ତେବାସୀ ମାନେ ଶିଖର ସ୍ଥାନରେ ପହଂଚିବା ପାଇଁ ବିଧାୟକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଯେଉଁ ମାନେ ଜୀବନରେ ଶିଖରରେ ପହଂଚିଛନ୍ତି ସେମାନେ ବିପରୀତ ପରିସ୍ଥିତିରେ ରହି ବଡ଼ ହୋଇଛନ୍ତି । ଏହି ସଙ୍ଗୀତ ଓ ନୃତ୍ୟ ଷ୍ଟୁଡିଓ ପିଲାମାନଙ୍କୁ ମାନସିକ ଚାପରୁ ମୁକ୍ତି ଦେବାରେ ସହାୟକ ହେବ । ଜୀବନରେ ଯେତେ ପ୍ରକାରର ପ୍ରତିବନ୍ଧକ ଆସିଲେ ମଧ୍ୟ ଲକ୍ଷ ପଥରୁ ବିଚ୍ୟୁତ ହେବ ନାହିଁ ବୋଲି ମାନ୍ୟବର ଜିଲ୍ଲାପାଳ ପ୍ରକାଶ କରିଥିଲେ। ସମସ୍ୟା ସହ ସଂଘର୍ଷ କରି ତୁମେ ଯେତେବେଳେ କୌଣସି ବଡ଼ ଦାୟିତ୍ୱରେ ପହଂଚିବ ସେତେବେଳେ କଷ୍ଟ ସହି ସଂଘର୍ଷ କରୁଥିବା ପିଲାମାନଙ୍କ ଉନ୍ନତି କଥା ନିଶ୍ଚିତ ଚିନ୍ତା କରିବ ବୋଲି ମାନ୍ୟବର ସାଂସଦ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ରାଧାମୋହନ ମନ୍ଦିରର ମହନ୍ତ ତଥା ସଙ୍ଗୀତଜ୍ଞ ଆଶିଷ ଦେବ ଗୌସ୍ୱାମୀ ଓ ସଙ୍ଗୀତ ଗୁରୁ ରାମନାରାୟଣ ପଣ୍ଡାଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟା ମୌସୁମୀ ମାଇତି, ଫେଲୋସିପ୍‌ର ନିଦ୍ଦେର୍ଶକ ଲଲାଟେନ୍ଦୁ ମହାନ୍ତି , ଧୀରଜ ବାରିକ, ଶୁଭଶ୍ରୀ ପଢ଼ିଆରୀ, ପ୍ରଦ୍ୟୁତନ ସୁଆର, ରବିନାରାୟଣ ଜେନା, ଉପେନ୍ଦ୍ର ବାରିକ, ଜ୍ଞାନରଞ୍ଜନ ବାରିକ, ବସୁମିତ୍ରା ସାହୁ, ଯୋଗମାୟା ଚାନ୍ଦ, ମୁକ୍ତିକାନ୍ତ ନାୟକ, ଧନଞ୍ଜୟ ଜେନା, ଜ୍ୟୋତିପ୍ରକାଶ ପତି, ସତ୍ୟଦେବ ପାତ୍ର ଆଦି ଯୋଗ ଦେଇଥିଲେ । ଶେଷରେ ଲକ୍ଷ୍ମୀକାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande