ଘଂଟେଶ୍ୱର ଅଂଚଳରେ ପୁଲିସ ଉପରେ ଭରଷା ତୁଟୁଛି, ଆଗାମୀ ମାର୍ଚ୍ଚ ୨ ତାରିଖରେ ବାଂଶଡା ଥାନା ଆଗରେ ଗଣଧାରଣା ଚେତାବନୀ ଦେଲା ଆଂଚଳିକ ସୁରକ୍ଷା ମହାସଂଘ
ଭଦ୍ରକ, ୨୫ ଫେବୃୟାରୀ (ହି.ସ.) - ଘଂଟେଶ୍ୱର ଅଂଚଳରେ ଅସାମାଜିକ କାର୍ଯ୍ୟକଳାପ ବଢି ବଢି ଚାଲିଥିବା ବେଳେ ପୁଲିସର ଶାନ୍ତି ପ୍ରତିଷ୍ଠା ପ୍ରସ୍ଥାବ କେବଳ କାଗଜ କଲମରେ ହିଁ ରହି ଯାଇଛି। ଏହାର ପ୍ରତିବାଦରେ ଆସନ୍ତା ମାର୍ଚ୨ତାରିଖ ଦିନ ଅନିର୍ଦିଷ୍ଟ ସମୟ ପାଇଁ ବାଂଶଡା ଥାନା ଆଗରେ ଗଣଧାରଣା ଦିଆଯିବ ବୋଲି ଚେ
ଘଂଟେଶ୍ୱର ଅଂଚଳରେ ପୁଲିସ ଉପରେ ଭରଷା ତୁଟୁଛି, ଆଗାମୀ ମାର୍ଚ୍ଚ ୨ ତାରିଖରେ ବାଂଶଡା ଥାନା ଆଗରେ ଗଣଧାରଣା ଚେତାବନୀ ଦେଲା ଆଂଚଳିକ ସୁରକ୍ଷା ମହାସଂଘ


ଭଦ୍ରକ, ୨୫ ଫେବୃୟାରୀ (ହି.ସ.) - ଘଂଟେଶ୍ୱର ଅଂଚଳରେ ଅସାମାଜିକ କାର୍ଯ୍ୟକଳାପ ବଢି ବଢି ଚାଲିଥିବା ବେଳେ ପୁଲିସର ଶାନ୍ତି ପ୍ରତିଷ୍ଠା ପ୍ରସ୍ଥାବ କେବଳ କାଗଜ କଲମରେ ହିଁ ରହି ଯାଇଛି। ଏହାର ପ୍ରତିବାଦରେ ଆସନ୍ତା ମାର୍ଚ୨ତାରିଖ ଦିନ ଅନିର୍ଦିଷ୍ଟ ସମୟ ପାଇଁ ବାଂଶଡା ଥାନା ଆଗରେ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛି ଆଂଚଳିକ ସୁରକ୍ଷା ମହାସଂଘ। ଖବର ଅନୁଯାଇ ଗତ ୧୯ତାରିଖ ଦିନ ସାମାଜିକ କର୍ମୀକୁ ମାଡ ହେବା ପରେ ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାଂଶଡା ଥାନାକୁ ଆସି ଘଂଟେଶ୍ୱର ଅଂଚଳର ୪ଟି ପଂଚାୟତର ମୁଖିଆ ମାନଙ୍କୁ ଡକାଇ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିବା ପାଇଁ ଚେଷ୍ଟା କରିବା ସହ ଗୋଟିଏ ସପ୍ତାହ ମଧ୍ୟରେ ଗଣ୍ଡଗୋଳ କରୁଥିବା ଏବଂ ଆଂଚଳିକ ସୁରକ୍ଷା ମଂଚର ସଭାପତିଙ୍କୁ ଆକ୍ରମଣ କରିଥିବା ସମସ୍ତ ଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ ୧ସପ୍ତାହ ବିତି ଯାଇଥିଲେ ମଧ୍ୟ ପୁଲିସ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି ଏବଂ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ବାଂଶଡା ପୁଲିସ ପାତର ଅନ୍ତର କରିବା ସହ କୌଣସି ଗଣ୍ଡଗୋଳକାରୀଙ୍କୁ ଆଜି ପର୍ଯ୍ୟନ୍ତ ଗିରଫ କରିବାରେ ସଫଳ ହେଲେ ନାହିଁ। ଅନ୍ୟ ପକ୍ଷରେ ବାଂଶଡା ଥାନାରେ ଯୋଗ ଦେଇଥିବା ଥାନାଧିକାରୀଙ୍କ ପ୍ରତି ସାଧାରଣ ଲୋକଙ୍କ ଭରଷା ମଧ୍ୟ କମି କମି ଯାଉଥିବା ବେଳେ ଆସନ୍ତା ମାର୍ଚ ୨ ତାରିଖ ଦିନ ଘଂଟେଶ୍ୱର ଆଂଚଳିକ ସୁରକ୍ଷା ମହାସଂଘ ସଦଳବଳେ ବାଂଶଡା ଥାନା ଆଗରେ ଅନିର୍ଦିଷ୍ଟ ସମୟ ପାଇଁ ଗଣଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଜନତା ମାନଙ୍କ ସୁରକ୍ଷା ପାଇଁ ଘଂଟେଶ୍ୱର ଆଂଚଳିକ ସୁରକ୍ଷା ମହାସଂଘ ସବୁବେଳେ ସବୁ ସମୟରେ ଜନସୁରକ୍ଷା ପାଇଁ ସଜାଗ ଥିବା ବେଳେ ପୁଲିସ ପ୍ରଶାସନ ର ଏତାଦୃଶ ନୀରବଦ୍ରଷ୍ଟା କୁ ସାଧାରଣ ଜନତା ଆଉ ସହିବେ ନାହିଁ ବୋଲି ନିଜ ପ୍ରତିକ୍ରିୟା ରଖିଛନ୍ତି ଆଂଚଳିକ ସୁରକ୍ଷା ମହାସଂଘର ସଂପାଦକ ତଥା ଆଇନଜିବୀ ବିକାଶ ନାଥ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande