ନାବାଳିକାକୁ ଯୈାନ ନିର୍ଯାତନା ମାମଲା, ସାବତ ମାମୁଁକୁ ୬ ବର୍ଷ ସଶ୍ରମ କାରାଦଣ୍ଡ
ଜୟପୁର, ୨୫ ଫେବୃଆରୀ (ହି.ସ.)- ୨୦୨୩ ମସିହାରେ ସୁନାବେଢା ଥାନା ଅଞ୍ଚଳରେ ୧୫ ବର୍ଷିୟା ନାବାଳିକା ସହ ନିଜର ସାବତ ମାମୁଁ ନାବାଳିକାକୁ ଯୈାନ ନିର୍ଯାତନା ମାମଲାର ବିଚାର କରି ୧୨ ଜଣ ସାକ୍ଷ୍ୟ ପ୍ରମାଣ ଏବଂ ୧୮ଟି ଦସ୍ତାବିଜକୁ ଭିତ୍ତି କରି ଜୟପୁର ସ୍ଥିତ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ନାବାଳିକାର ସାବ
ନାବାଳିକାକୁ ଯୈାନ ନିର୍ଯାତନା ମାମଲା, ସାବତ ମାମୁଁକୁ ୬ ବର୍ଷ ସଶ୍ରମ କାରାଦଣ୍ଡ


ଜୟପୁର, ୨୫ ଫେବୃଆରୀ (ହି.ସ.)-

୨୦୨୩ ମସିହାରେ ସୁନାବେଢା ଥାନା ଅଞ୍ଚଳରେ ୧୫ ବର୍ଷିୟା ନାବାଳିକା ସହ ନିଜର ସାବତ ମାମୁଁ ନାବାଳିକାକୁ ଯୈାନ ନିର୍ଯାତନା ମାମଲାର ବିଚାର କରି ୧୨ ଜଣ ସାକ୍ଷ୍ୟ ପ୍ରମାଣ ଏବଂ ୧୮ଟି ଦସ୍ତାବିଜକୁ ଭିତ୍ତି କରି ଜୟପୁର ସ୍ଥିତ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ନାବାଳିକାର ସାବତ ମାମୁଁକୁ ପୋକ୍ସୋ ଆଇନ ଅନୁଯାଇ ଦୋଷି ସାବସ୍ତ କରି ୬ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦୟ ହେଲେ ଦୋଷୀକୁ ଆଉ ୬ ମାସ ଅଧିକ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଦର୍ଶାଇଛନ୍ତି କୋର୍ଟ । ଆଦାୟ ଜୋରିମାନା ଟଙ୍କା ସହ ସରକାରଙ୍କ ତରଫରୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି କୋର୍ଟ । ନାବାଳିକାଙ୍କ ମାଙ୍କ ମୃତ୍ୟୁ ପରେ ନାବାଳକାଙ୍କ ବାପା ନାବାଳିକାକୁ ସୁନାବେଢା ଥାନା ଅଞ୍ଚଳରେ ରହୁଥିବା ନାବାଳିକାର ସାବତ ମାମୁଁ ଘରେ ପାଠ ପଢାଇବାକୁ ଛାଡିଥିଲେ । ଗତ ୨୯.୧.୨୩ ତାରିଖରେ ନାବାଳିକାଙ୍କ ମାଇଁ ଘରେ ନଥିବା ସମୟରେ ନାବାଳିକାକୁ ସୁପ ପିଇବାକୁ ଡାକିଥିଲା ଦୋଷୀ । ପୀଡିତା ମନା କରିବାକୁ ତଣ୍ଟି ଚିପିଥିଲା । ଫଳରେ ନାବାଳିକା ଭୟରେ ପଡୋଶି ଘରକୁ ଚାଲିଯାଇଥିଲେ । ନାବାଳିକାକୁ ଗତ ୧ ବର୍ଷ ହେବ ସେ ଯୌନ ନିର୍ଯାତନା ଦେଉଥିବା ବିଷୟ ପଡୋଶିକୁ ନାବାଳିକା ଜଣକ ସୂଚନା ଦେଇଥିଲେ । ଘଟଣା ବିଷୟରେ ଜାଣିବା ପରେ ଗ୍ରାମବାସୀ ସୁନାବେଡା ଥାନାରେ ଜଣାଇଥିଲେ । ପୀଡିତା ନାବାଳିକାର ବାପା ଥାନାରେ ଅଭିଯୋଗ କରିବାକୁ ମନା କରିବାରୁ କୋରାପୁଟ ଜିଲା ଶିଶୁ ସୁରକ୍ଷା ଅଧିକାରି ସୁନାବେଡା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ଗାୟତ୍ରୀ ଦେବି ମାମଲାର ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande