ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)– କିଟରେ ଯାହା ଘଟିଲା ତାହା ଅତ୍ୟନ୍ତ ଦୁଃଖଦ କଥା । ତାହା ସମସ୍ତ ଙ୍କୁ ଦୁଃଖ ଦେଇଛି । ଉଚ୍ଚ ସ୍ତରୀୟ କମିଟି ଗଠନ କରି ରାଜ୍ୟ ସରକାର ଘଟଣା ରେ ତଦନ୍ତ କରୁଛନ୍ତି । ତଦନ୍ତ ପରେ ଯାହା ଫଳାଫଳ ଆସିବ ଜଣା ପଡ଼ିବ । ଏହା କହିଛନ୍ତି ବିଜେଡିର ବରିଷ୍ଠ ନେତା ପଦ୍ନନାଭ ବେହେରା ।
ସେ କହିଛନ୍ତି ଯେ କିଟର ଜଙ୍ଗଲ ଜମି ଜବରଦଖଲ ନେଇ ବିଧାନସଭା ରେ ଆଲୋଚନା ହୋଇଛି । ଯେହେତୁ ସେ ଅନେକ ଆଦିବାସୀ ପିଲାଙ୍କୁ ସେ ପାଠ ପଢ଼ାଇବାର ସୁଯୋଗ ସୃଷ୍ଟି କରିଛନ୍ତି ତେଣୁ ସେତେବେଳେ ଆମେ ତାଙ୍କ ସପକ୍ଷରେ ମତ ଦେଇଥିଲୁ । ଯେତେବେଳେ ବିଧାନସଭା ରେ ଆଲୋଚନା ହୋଇଥିଲା ଜମି ହାତେଇବା ପ୍ରସଙ୍ଗ ସେବେ ସେ ସାଂସଦ ନଥିଲେ । ବିଜେଡିରେ ମିଶିଲା ପରେ ସେ କଣ ଜମି ନେଇଛନ୍ତି କି ? ସେ ତ ସାଂସଦ ହେବା ପୂର୍ବରୁ ଜମି ନେଇକି ସ୍କୁଲ କଲେଜ କରିଛନ୍ତି । ମୁଁ ଏସିଏସଟି ବିଭାଗର ଷ୍ଟାଣ୍ଡିଂ କମିଟିର ଚେୟାରମ୍ୟାନ ଥିବା ବେଳେ ଯାଇ କି ଦେଖିଛି ସ୍କୁଲ କଲେଜ ସବୁ । କଇଁ ଜମି ଯଦି ବେଆଇନ ଭାବେ ନେଇଛନ୍ତି ତାହେଲେ ତଦନ୍ତ କରି ସରକାର ଆକ୍ସନ ନିଅନ୍ତୁ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ