ଶ୍ରୀ କୁଶଳେଶ୍ବର ମହାଦେବଙ୍କ ମନ୍ଦିର ସେବାୟତ ମାନଙ୍କ ସମସ୍ୟା ପ୍ରତି ଦେବୋତ୍ତର ବିଭାଗର ଦୃଷ୍ଟି ପଡୁ
ଘଟଗାଁ, ୨୫ ଫେବୃଆରୀ (ହି.ସ.)- କେନ୍ଦୁଝର ଜିଲ୍ଲାର ପ୍ରାଚୀନ ଶୈବପୀଠ ଦେଓଗାଁ ଠାରେ ଥିବା ଶ୍ରୀ କୁଶଳେଶ୍ଵର ମହାଦେବଙ୍କ ମନ୍ଦିରରେ କାର୍ଯ୍ୟ କରୁଥିବା ଥିବା ବିଭିନ୍ନ ବର୍ଗର କର୍ମଚାରୀ ଏବଂ ସେବାୟତ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଦେବୋତ୍ତର ବିଭାଗ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ସେ
ଶ୍ରୀ କୁଶଳେଶ୍ବର ମହାଦେବଙ୍କ ମନ୍ଦିର ସେବାୟତ ମାନଙ୍କ ସମସ୍ୟା ପ୍ରତି ଦେବୋତ୍ତର ବିଭାଗର ଦୃଷ୍ଟି ପଡୁ


ଘଟଗାଁ, ୨୫ ଫେବୃଆରୀ (ହି.ସ.)-

କେନ୍ଦୁଝର ଜିଲ୍ଲାର ପ୍ରାଚୀନ ଶୈବପୀଠ ଦେଓଗାଁ ଠାରେ ଥିବା ଶ୍ରୀ କୁଶଳେଶ୍ଵର ମହାଦେବଙ୍କ ମନ୍ଦିରରେ କାର୍ଯ୍ୟ କରୁଥିବା ଥିବା ବିଭିନ୍ନ ବର୍ଗର କର୍ମଚାରୀ ଏବଂ ସେବାୟତ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଦେବୋତ୍ତର ବିଭାଗ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ସେବାୟତ ମାନେ ବହୁ ବାର ଦାବି କରି ଆସୁଥିଲେ ମଧ୍ୟ ଦେବୋତ୍ତର ବିଭାଗ ଏହାକୁ ଅଣଦେଖା କରୁଥିବାରୁ ମନ୍ଦିରର କର୍ମଚାରୀ ଏବଂ ସେବାୟତ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯାହା ଫଳରେ ମନ୍ଦିରରେ ସେବା କାର୍ଯ୍ୟ ଏବଂ ପୂଜା ନୀତିରେ ଅସୁବିଧା ସୃଷ୍ଟି ହେଉଅଛି। ବିଶେଷ କରି ରାଜ୍ୟରେ ଥିବା ବିଭିନ୍ନ ମନ୍ଦିର ର ଥିବା ବିଭିନ୍ନ ବର୍ଗର ସେବାୟତ ଏବଂ କର୍ମଚାରୀ ମାନଙ୍କ ସମସ୍ୟା ବିଷୟରେ ରାଜ୍ୟ ସରକାର ବିଚାର କରି ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ, କିନ୍ତୁ ଏହି ପୁରାତନ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ଏବଂ କର୍ମଚାରୀ ସେବାୟତ ମାନଙ୍କ ସମାସ୍ୟା ପ୍ରତି ରାଜ୍ୟ ସରକାର ବିଚାର କରି ସ୍ଵତନ୍ତ୍ର ଭାବେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମନ୍ଦିରର ବ୍ରାହ୍ମଣ ସମାଜ ପକ୍ଷରୁ ସଭାପତି ପ୍ରଦୀପ କୁମାର ପଣ୍ଡାଙ୍କ ସମେତ ବ୍ରାହ୍ମଣ ସମାଜର ଅନ୍ୟ ସଦସ୍ୟମାନେ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande