ଭୁବନେଶ୍ୱର, 25 ଫେବୃଆରୀ – ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଚ଼ିଲିକା ବ୍ଲକ ଅନ୍ତର୍ଗତ ହାଟବରଡ଼ି(କୈବର୍ତ୍ତ ସାହି) ଗ୍ରାମର ଶ୍ରୀ ଶ୍ରୀ ତ୍ରିନାଥ ଦେବଙ୍କ ପୀଠରେ ଅନୁଷ୍ଠିତ ହେଉଥିବା ପ୍ରଥମ ସାମ୍ବତ୍ସରିକ ଯଜ୍ଞ ଉତ୍ସବ ଏବଂ ମା' ପାଣ୍ଡବାଶୁଣୀ ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମାରୋହରେ ଯୋଗଦେଇଛନ୍ତି । ସେ ଏହି ଅବସରରେ ଆଶୀର୍ବାଦ ଭିକ୍ଷା କରିବା ସହ ଅଞ୍ଚଳବାସୀଙ୍କ ପାଇଁ ଶୁଭ କାମନା କରିଛନ୍ତି । ଏହି ଅବସରରେ ଚିଲିକା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତ୍ସାରାଣୀ ବେହେରା, ସ୍ଥାନୀୟ ସରପଞ୍ଚ, ଦଳୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ