କୋରେଇ, ୨୫ ଫେବୃୟାରୀ (ହି.ସ) - କୋରେଇ ବ୍ଳକ ଅନ୍ତର୍ଗତ ପାଣିକୋଇଲି ପଂଚାୟତରେ ଥିବା ଯଯାତି ପାଠାଗାର ଓ କମ୍ୟୁନିଟ ସେଂଟରକୁ ନେଇ ବିବାଦ ଲାଗିରହିଥିଲା । ୧୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ତିନି ମହାଲା ବିଶିଷ୍ଟ କୋଠାରେ ପାଠାଗାର ଅଛିକି ନାହିଁ ତାହା କେହି ଜାଣି ପାରୁନଥିଲେ । ସରକାରୀ ଅର୍ଥରେ ନିର୍ମିତ ଏହି ଯଯାତି ପାଠାଗାର ପଂଚାୟତକୁ ହସ୍ତାନ୍ତର କରାଯାଇନଥିଲା । ୨୦୧୮ରୁ ଏହା ଯଯାଜି କ୍ଲବ ନାମରେ ପରିଚୟ ଥିଲା । ଏନେଇ ବ୍ଲକ ପ୍ରଶାସନକୁ ପାଠାଗାର ନେଇ ତଥ୍ୟ ମଗାଯାଇଥିଲା । ଏହାକୁ ନେଇ ପୂର୍ବର ବିଡିଓ ଓ ଏବେର ବିଡିଓଙ୍କ ତଥ୍ୟରେ ତାଳମେଳ ରହିନଥିଲା । ଫଳରେ ଏହି ପାଠାଗାର କେଉଁଠି ବୋଲି ପ୍ରଶ୍ନ ଉଠିଥିଲା । ଶେଷରେ ସବୁ ସମସ୍ୟାର ଅନ୍ତ ଘଟିଛି । ଏହା ଦୀର୍ଘ ବର୍ଷ ଧରି ଥିଲେ ବି ସାଧାଣଣ ଲୋକଙ୍କ ସ୍ୱାର୍ଥରେ ଲାଗୁନଥିଲା । ଏହାକୁ ପଂଚାୟତକୁ ହସ୍ତାନ୍ତର କରାଯାଇନଥିଲା । ଶେଷରେ କୋରେଇ ବିଡିଓ ଉକ୍ତ ଯଯତି ପାଠାଗାର ଓ କମ୍ୟୁନିଟ ସେଂଟରକୁ ପଂଚାୟତକୁ ହସ୍ତାନ୍ତର ପାଇଁ ନିଷ୍ପତି କରିଛନ୍ତି । ଏନେଇ ଏକ ପତ୍ର ସଂଖ୍ୟା ୬୩୫ରେ ସରପଂଚ ଓ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଏହି ଘରର ଚାବି ପକାଇ କାଠି ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ