ଜନ ଗହିଳି ତଥା ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖ୍ ବିଭିନ୍ନ
ସ୍ଥାନରେ ସିସିଟିଭି ସ୍ଥାପନକୁ ଗୁରୁତ୍ବ
ସମସ୍ତ କାର୍ଯ୍ୟକ୍ରମର ସୁଚାରୁ ରୂପେ ପରିଚାଳନା ପାଇଁ ଏସଓପି
ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର, 25 ଫେବୃଆରୀ - ଆଗାମୀ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ
ପ୍ରସିଦ୍ଧ ରଥଯାତ୍ରା-୨୦୨୫କୁ ଦୃଷ୍ଟିରେ ରଖ୍ ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଆଜି ମୁଖ୍ୟ
ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ
ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ଗୃହ (ସ୍ବରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ
ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ୱାଇ.ବି
ଖୁରାନିଆଙ୍କ ସମେତ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧ୍ୟକ୍ଷକ, ପୁରୀ ଏବଂ ରାଜ୍ୟ ପୁଲିସ
ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବୈଠକରେ ବିଶେଷ କରି ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ସମ୍ଭାବ୍ୟ ଜନଗହଳି ଓ ଭିଡ଼
ନିୟନ୍ତ୍ରଣକୁ ଦୃଷ୍ଟିରେ ଏହାର ସୁପରିଚାଳନା ଓ ସୁବ୍ୟବସ୍ଥା ନିମନ୍ତେ ପ୍ରସ୍ତୁତି ନେଇ ଆଲୋଚନା
କରାଯାଇଥିଲା ।
ପୁରୀ ଏକ ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ
ରଥଯାତ୍ରା ସମେତ ଅନ୍ୟ ସମୟରେ ମଧ୍ୟ ବର୍ଷସାରା ବହୁ ସଂଖ୍ୟାରେ ଜନସାଧାରଣ ଓ ପର୍ଯ୍ୟଟକଙ୍କର
ଆଗମନ ହୋଇଥାଏ । ଶ୍ରୀଜଗନ୍ନାଥ ମନ୍ଦିର, ପୁରୀ ବଡଦାଣ୍ଡ ଏବଂ ପୁରୀ
ବେଳାଭୂମିରେ ନିୟମିତ ଭାବେ ଭିଡ଼ ଦେଖାଦେଇଥାଏ । ରଥଯାତ୍ରା
ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଥାଏ । ତେଣୁ ଟ୍ରାଫିକ ପରିଚାଳନା
ଓ ଭିଡ଼ ନିୟନ୍ତ୍ରଣ କରିବା, ଅପରାଧ ରୋକିବା ଓ ଆଇନଶୃଙ୍ଖଳା ପରିଚାଳନା ପାଇଁ ରିୟଲ
ଟାଇମ ମନିଟରିଂ ଦୃଷ୍ଟିରୁ ପୁରୀକୁ ସଂଯୋଗ କରୁଥିବା ରାସ୍ତା, ପୁରୀ ସହର, ବଡ଼ଦାଣ୍ଡ
ଓ ପୁରୀ ବେଳାଭୂମି ଆଦି ପ୍ରମୁଖ ୩୪୩ ସ୍ଥାନରେ ସିସିଟିଭି ସ୍ଥାପନ ପାଇଁ ପୁଲିସ ପ୍ରଶାସନ ତରଫରୁ
ପ୍ରସ୍ତାବ ଦିଆଯାଇଛି ।
ତନ୍ମଧ୍ୟରେ ଉତ୍ତରା ଛକରୁ ମାଳତୀପାଟପୁର, ପୁରୀ
ଗ୍ରୀଡ୍ ଷ୍ଟେସନରୁ କୋଣାର୍କ, ବାଲିଘାଇରୁ ନିମାପଡ଼ା, ମଙ୍ଗଳାଘାଟରୁ ସାତପଡ଼ା, ମାଳତିପାଟପୁରରୁ
ମଙ୍ଗଳାଘାଟ, ମଙ୍ଗଳାଘାଟରୁ
ବଡଦାଣ୍ଡ, ପୁରୀ
ବଡ଼ଦାଣ୍ଡ, ବଡ଼ଦାଣ୍ଡରୁ
ସମୁଦ୍ରକୂଳ, ସମୁଦ୍ର
କୂଳ ଅଂଚଳ, ବଡଦାଣ୍ଡରୁ
ଗ୍ରୀଡ୍ ଷ୍ଟେସନ, ପାକିଂ
ସ୍ଥଳ, ବସ୍
ଷ୍ଟାଣ୍ଡ ଓ ରେଳ ଷ୍ଟେସନ ସହିତ ପୁରୀ ସହରର ଗଳି ଓ ଉପଗଳି ଆଦିରେ ବିଭିନ୍ନ ସ୍ଥାନରେ ଏହି ସମସ୍ତ
ସିସିଟିଭି ଲଗାଯିବା ପାଇଁ ପ୍ରସ୍ତାବ ରଖାଯାଇଛି । ଏଥ୍ ପାଇଁ ଭିତ୍ତିଭୂମି ଓ ବୈଷୟିକ ଆବଶ୍ୟକତା
ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଆମର ସିସିଟିଭି ବ୍ୟବସ୍ଥା ଯେପରି ଜାତୀୟସ୍ତରୀୟ ହେବ, ସେଥ୍ପ୍ରତି
ଭିତ୍ତିଭୂମି ପ୍ରସ୍ତୁତି ଓ ବୈଷୟିକ ଜ୍ଞାନ କୌଶଳର ଉପଯୋଗ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ
ମୁଖ୍ୟ ଶାସନ ସଚିବ ଗୁରୁତ୍ଵ ଦେଇଛନ୍ତି । ଏଥ୍ ସହିତ ରଥଯାତ୍ରା ପରିଚାଳନା ସଂପର୍କିତ ସମସ୍ତ
କାର୍ଯ୍ୟ ପ୍ରସ୍ତୁତି ପାଇଁ ମାନବ ପରିଚାଳନା ପଦ୍ଧତି (ଏସ.ଓ.ପି) ପ୍ରସ୍ତୁତି କରିବାକୁ ପୁଲିସ
ପ୍ରଶାସନ ଓ ପୁରୀ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଆଗାମୀ ରଥଯାତ୍ରା-୨୦୨୫ ପରିପ୍ରେକ୍ଷୀରେ
ସମନ୍ବିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ପରିଚାଳନା କେନ୍ଦ୍ର କାର୍ଯ୍ୟ କରିବ । ବିଭିନ୍ନ ବିଭାଗର
ଅଧିକାରୀମାନେ ସେହି ନିୟନ୍ତ୍ରଣ କକ୍ଷରେ ରହି ବିଭାଗ ସମ୍ପର୍କିତ କାର୍ଯ୍ୟ ପରିଚାଳନା କରିବେ ।
ସିସିଟିଭି ସ୍ଥାପନ ଓ ସମନ୍ବିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଦ୍ବାରା ସୁରକ୍ଷା,ଅପରାଧ
ନିୟନ୍ତ୍ରଣ, ଭିଡ଼
ନିୟନ୍ତ୍ରଣ, ଆକସ୍ମିକ
ଦୁର୍ଘଟଣା ଘଟିଲେ ଠିକ୍ ସମୟରେ ତ୍ଵରିତ ପଦକ୍ଷେପ ନିଆଯିବା ସହ ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା
ଓ ଜରୁରୀ କାଳୀନ ପଦକ୍ଷେପ ନିଆଯାଇପାରିବ ।
ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଗତ ୨୦୨୪
ବର୍ଷ ରଥଯାତ୍ରାରେ ପୁରୀରେ ଗହଳି ଓ ଭିଡ଼ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ପୂର୍ବ
ଅନୁଭୂତି ଉପସ୍ଥାପନା କରିବା ସହିତ ଓ ଆଗାମୀ ୨୦୨୫ ରଥଯାତ୍ରା ପାଇଁ ପ୍ରସ୍ତୁତି ସଂପର୍କରେ ତଥ୍ୟ
ରଖୁଲେ । ଉପସ୍ଥିତ ବରିଷ୍ଠ ପଦାଧିକାରୀମାନେ ମଧ୍ୟ ଆଗାମୀ ଶୃଙ୍ଖଳିତ ରଥଯାତ୍ରା ପ୍ରସ୍ତୁତି ନେଇ
ନିଜ ନିଜର ସୁଚିନ୍ତିତ ମତ ଦେଇଥିଲେ । ବୈଠକରେ ସମନ୍ବିତ ଡାକବାଜି ଯନ୍ତ୍ର ବ୍ୟବସ୍ଥା କରାଯିବା
ଉପରେ ଗୁରୁତ୍ଵ
ଦିଆଯାଇଛି ।
ପ୍ରକାଶ ଥାଉକି, ଚଳିତ ବର୍ଷ ଦେବସ୍ନାନ
ପୂର୍ଣ୍ଣିମା ଜୁନ୍ ୧୧, ଶ୍ରୀଗୁଣ୍ଡିଚା ଯାତ୍ରା ଜୁନ୍ ୨୭, ବାହୁଡା
ଯାତ୍ରା ଜୁଲାଇ ୫ ଓ ସୁନାବେଶ ଜୁଲାଇ ୬ ତାରିଖରେ ଅନୁଷ୍ଠିତ ହେବ । ତେବେ ଚନ୍ଦନ ଯାତ୍ରା ଠାରୁ
ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥଯାତ୍ରା ସମୟର ସମେତ କାର୍ଯ୍ୟକ୍ରମକୁ ସବୁ ବିଭାଗର
ସମନ୍ଵୟରେ ଯେପରି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ, ସେଥ୍ ପ୍ରତି ସ୍ବତନ୍ତ୍ର
ଦୃଷ୍ଟି ରଖୁବ ବୋଲି ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।
ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ କହିଛନ୍ତି ଯେ, ଲୋକମାନଙ୍କ
ଧାର୍ମିକ ଭାବନା ବୃଦ୍ଧି ପାଉଛି । ଆଗାମୀ ରଥଯାତ୍ରାରେ ଗତ ବର୍ଷ ଅପେକ୍ଷା ଅଧିକ ଜନଗହଳି ଆଶା
କରାଯାଉଛି । ଏଥ୍ ପାଇଁ ଏବେଠାରୁ ଯଥେଷ୍ଟ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି । ବୈଠକରେ
ମଧ୍ଯ ଯାନବାହନ ପରିଚାଳନା ଓ ପାକିଂ ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ