ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନଙ୍କର ଆବଶ୍ୟକତାର ମୂଲ୍ୟାଙ୍କନ ଉପରେ କର୍ମଶାଳା
ଭଦ୍ରକ, ୨୫ ଫେବୃୟାରୀ (ହି.ସ.) - ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଭଦ୍ରକ ଆନୁକୂଲ୍ୟରେ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନଙ୍କର ଆବଶ୍ୟକତାର ମୂଲ୍ୟାଙ୍କନ ଉପରେ ପର୍ଯ୍ୟବେସିତ ଏକ କର୍ମଶାଳା କାଂଜିଆପାଳସ୍ଥିତ ମହାପୁରୁଷ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶି
SISHU JATNA ANUSTHAN KARMASALA


ଭଦ୍ରକ, ୨୫ ଫେବୃୟାରୀ (ହି.ସ.) - ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଭଦ୍ରକ ଆନୁକୂଲ୍ୟରେ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନଙ୍କର ଆବଶ୍ୟକତାର ମୂଲ୍ୟାଙ୍କନ ଉପରେ ପର୍ଯ୍ୟବେସିତ ଏକ କର୍ମଶାଳା କାଂଜିଆପାଳସ୍ଥିତ ମହାପୁରୁଷ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡ଼ା ଦେବରାଜ ପାଣିଗ୍ରାହୀ ଯୋଗଦେଇ ଯତ୍ନ ସହାୟତା ଆବଶ୍ୟକ କରୁଥିବା ଶିଶୁମାନେ ଶିଶୁ ଯତ୍ନ ଅନୁଷ୍ଠାନରେ ରହିଥାନ୍ତି । ସେମାନଙ୍କର ସାମଗ୍ରିକ ବିକାଶକୁ ଧ୍ୟାନଦେଇ ଉନ୍ନତିର ପ୍ରତ୍ୟେକ କ୍ଷେତ୍ର ଯଥା - ଶିକ୍ଷା, ସ୍ୱାସ୍ଥ୍ୟ ଓ କର୍ମନିଯୁକ୍ତି ସମ୍ବନ୍ଧୀୟ ଆବଶ୍ୟକ ଶିକ୍ଷା ଇତ୍ୟାଦି ଦିଗ ପ୍ରତି ଧ୍ୟାନ ଦେଇ ସେଥିନିମି କାର୍ଯ୍ୟକରିବା ପାଇଁ ପରାମର୍ଶ ଦେଇଥିଲେ ଓ ସରକାରଙ୍କ ଦ୍ୱାରା ପ୍ରଣତି ନିୟମକୁ ମଧ୍ୟ ଧ୍ୟାନ ଦେଇ କାର୍ଯ୍ୟକରିବା ଆବଶ୍ୟକ । କର୍ମଶାଳାରେ ସମ୍ମାନୀତ ଅତିଥିଭାବେ ଆଶ୍ରମର ସଭାପତି ନକୁଳ ଚରଣ ଶାସ୍ତ୍ରୀ ଯୋଗ ଦେଇ କହିଥିଲେ ମହାପୁରୁଷ ଶିଶୁ ଯତ୍ନ ଅନୁଷ୍ଠାନ ଶିଶୁମାନଙ୍କ ପ୍ରତି ନିଜର କର୍ତବ୍ୟରେ ସର୍ବଦା ଗୁରୁତ୍ୱ ଦେଇଥାଏ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଦ୍ୱାରା ଏହିପରି କର୍ମଶାଳାରେ ଆୟୋଜନ ଅତ୍ୟନ୍ତ ପ୍ରଶଂସନୀୟ । କର୍ଯ୍ୟକ୍ରମର ଦ୍ୱିତୀୟର୍ଦ୍ଧରେ ବିଷୟ ବିଶାରଦ ଭାବେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ପୂର୍ବତନ ସଦସ୍ୟ ସତ୍ୟ ସୁନ୍ଦର ପୁହାଣ ଯୋଗଦେଇ ଶିଶୁମାନଙ୍କର ଆବଶ୍ୟକତାର ମୂଲ୍ୟାଙ୍କନ ନିମିତତ୍ତ ବିଭିନ୍ନ ଦିଗ ଯଥା ଶାରିରୀକ, ମାନସିକ, ଶିକ୍ଷା, ବ୍ୟକ୍ତିତ୍ୱ ବିକାଶ, କର୍ମ ସଂସ୍ଥାନ ଓ ସରକାରୀ ସୁବିଧା ପ୍ରାପ୍ତି ନିମିତ ଆବଶ୍ୟକ ଦସ୍ତାବିଜ୍‌ର ଆୟୋଜନ ଇତ୍ୟାଦି ଉପରେ ଗୁରୁତ୍ୱରୋପ କରିଥିଲେ । ଅନୁଷ୍ଠାନରେ କାର୍ଯ୍ୟରତ ପ୍ରତ୍ୟେକ କର୍ମଚାରୀ ଉପରୋକ୍ତ ଆବଶ୍ୟକତାକୁ ଧ୍ୟାନ ଦେଇ କାର୍ଯ୍ୟ କରିବା ନିମିତତ୍ତ ପରାମର୍ଶ ଦେଇଥିଲେ । କର୍ମଶାଳାର ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଅନୁଷ୍ଠାନର କର୍ମଚାରୀମାନେ ପ୍ରଶିକ୍ଷଣରେ ଦିଆଯାଉଥିବା ସୂଚନାକୁ କାର୍ଯ୍ୟକାରୀ କରିବା ନିମିତତ୍ତ ଯତ୍ନବାନ ହେବା ଆବଶ୍ୟକ । ଏହି କର୍ମଶାଳାରେ ଭଦ୍ରକ ଜିଲ୍ଲାର ୯ ଗୋଟି ଶିଶୁଯତ୍ନ ଅନୁଷ୍ଠାନ ଯଥା ଗାନ୍ଧୀ ଓଡ଼ିଶା ବାଳାଶ୍ରମ, ମହାପୁରୁଷ ଆଶ୍ରମ, ଯୋଗୀଋଷି ଲଚ୍ଛମନ ଦାସ ଶିଶୁ ଆଶ୍ରମ, ଉତ୍କଳମଣି ଦରିଦ୍ର ନାରାୟଣ ସେବା ମନ୍ଦିର, ଶାନ୍ତି ଆଶ୍ରମ, ମାନବ ସେବା କନ୍ୟାଶ୍ରମ, ଫେଲୋସିପ୍‌, ବାତ୍ସଲ୍ୟ ଓ ଆସିୟାନା ଓପନ ସେଲ୍‌ଟରର କର୍ମକର୍ତା ଯଥା ଅଧିକ୍ଷକ, କାଉନ୍‌ସେଲର, ପ୍ରୋବେସନ ଅଧିକାରୀ, ଗୃହମାତା ଓ ପିତା, ପାରାମେଡ଼ିକାଲ ଷ୍ଟାଫ୍ ଇତ୍ୟାଦି ଯୋଗଦେଇ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ମହାପୁରୁଷ ଆଶ୍ରମର ଆକାଶ ଚନ୍ଦ୍ର ପୃଷ୍ଟି, ଦେବୀସ୍ମିତା ମହାନ୍ତି ଓ ସତ୍ୟଦେବ ପାତ୍ର ଇତ୍ୟାଦି ସହଯୋଗ କରିଥିଲେ । ଶେଷରେ ଆଶ୍ରମର ପ୍ରୋବେସନ୍ ଅଧିକାରିଣୀ ଦେବୀସ୍ମିତା ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande