ସାଧନା ଗୃହକୁ ଆସିଲା ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଲ
ସମ୍ବଲପୁର, ୨୫ ଫେବୃଆରୀ (ହି.ସ.)- ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ନାତୁଣୀ ଇରା ଘୋଷ, ଅଣନାତି ଋଚିକ ନୀଲୟ ଘୋଷ, ଦୁଇ ସମ୍ପର୍କୀୟ ଅରୂପ ଚୈ।ଧୁରୀ ଓ ମଞ୍ଜୁଳା ଚୈ।ଧୁରୀ ଗତକାଲି ସମ୍ବଲପୁରରେ ବେଜବରୁଆ ଭବନ ଦେଖି ଖୁସି ଜାହିର କରିଛନ୍ତି । ଅଜା ଲକ୍ଷ୍ମୀନାଥ ବେଜବରୁଆ ବ୍ୟବହାର କରୁଥିବା ଏକ ଶାଲ
ସାଧନା ଗୃହକୁ ଆସିଲା ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଲ-୨


ସାଧନା ଗୃହକୁ ଆସିଲା ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଲ


ସମ୍ବଲପୁର, ୨୫ ଫେବୃଆରୀ (ହି.ସ.)- ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ନାତୁଣୀ ଇରା ଘୋଷ, ଅଣନାତି ଋଚିକ ନୀଲୟ ଘୋଷ, ଦୁଇ ସମ୍ପର୍କୀୟ ଅରୂପ ଚୈ।ଧୁରୀ ଓ ମଞ୍ଜୁଳା ଚୈ।ଧୁରୀ ଗତକାଲି ସମ୍ବଲପୁରରେ ବେଜବରୁଆ ଭବନ ଦେଖି ଖୁସି ଜାହିର କରିଛନ୍ତି । ଅଜା ଲକ୍ଷ୍ମୀନାଥ ବେଜବରୁଆ ବ୍ୟବହାର କରୁଥିବା ଏକ ଶାଲ ସେ ସମ୍ବଲପୁରର ବେଜବରୁଆ ଭବନରେ ରଖିବା ପାଇଁଁ ଭେଟି ଦେଇଛନ୍ତି। ଏହା ସହିତ ସେ ସମ୍ପାଦନା କରିଥିବା ତାଙ୍କ ଆଈ ପ୍ରଜ୍ଞାସୁନ୍ଦରୀଙ୍କ ରନ୍ଧନ ପୁସ୍ତକ ମଧ୍ୟ ପ୍ରଦାନ କରିଛନ୍ତି।

ଅପରାହ୍ନରେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଇରା ଘୋଷ ଶୈଶବରେ ଅଜା ଆଈଙ୍କ ସାନିଧ୍ୟରେ ସମ୍ବଲପୁରରେ ବିତାଇଥିବା ଦିନ ଗୁଡ଼ିକୁ ମନେ ପକାଇ ଅତି ଆନନ୍ଦିତ ହୋଇଛନ୍ତି। ତାଙ୍କ ଅଜା ଆଈ ଯେଭଳି ଅଭିନ୍ନ ଥିଲେ, ତାଙ୍କ ପିତା ମାତା ମଧ୍ୟ ସେଭଳି ଅଭିନ୍ନ ଥିଲେ । ବିବାହ ବେଳେ ଲକ୍ଷ୍ମୀନାଥ ବେଜବରୁଆଙ୍କୁ ତାଙ୍କର ଅଜା ଶ୍ବଶୁର ଦେବେନ୍ଦ୍ରନାଥ ଟେଗୋର ଏକ ସୁନାର କଲମ ଉପହାର ଦେଇଥିଲେ। ଏହି କଲମକୁ ବେଜବରୁଆ ତାଙ୍କ ଝିଅ ରତ୍ନାଙ୍କ ବାହାଘର ବେଳେ ତାଙ୍କ ଜ୍ବାଇଁଙ୍କୁ ଅର୍ଥାତ୍ ଇରା ଘୋଷଙ୍କ ବାପାଙ୍କୁ ଦେଇଥିଲେ । ଇରା ଘୋଷ ବେଜବରୁଆଙ୍କ କନ୍ୟା ରତ୍ନାଙ୍କ ଝିଅ ଅଟନ୍ତି। ବିଶ୍ବବିଦ୍ୟାଳୟର କୁଳପତି ଏନ ନାଗାରାଜୁ ଦୁଇଟି ରାଜ୍ୟ, ଦୁଇଟି ସଂସ୍କୃତି, ଦୁଇଟି ଭାଷା ଓ ସାହିତ୍ୟରେ ସମନ୍ବୟ ସ୍ଥାପନର ସୂଯୋଗ ଆସିଛି ବୋଲି କହିଥିଲେ । ଦୀପକ କୁମାର ପଣ୍ଡା ଏଥିରେ ଅଧ୍ଯକ୍ଷତା କରିଥିଲେ । ବେଜବରୁଆ ସ୍ମୃତି ରକ୍ଷା କମିଟି, ଆସାମର ବିଷ୍ଣୁ ପ୍ରସାଦ ଗୋସ୍ବାମୀ, କମଳେନ୍ଦୁ ଭରାଲି, ରଣ୍ଟୁ ଡେକା ପ୍ରମୁଖ ମଧ୍ୟ ଆସିଛନ୍ତି।

କବି ଓ ଭୀମଭୋଇ ଚେୟାରର ପ୍ରଫେସର ପ୍ରଦୀପ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ବବିଦ୍ୟାଳୟର କୂଳସଚିବ ସନତ ନାଏକ, ଉପ କୂଳସଚିବ ଉମା ଚରଣ ପତିଙ୍କ ସମେତ ବରିଷ୍ଠ ସାହିତ୍ୟିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande