ପୂର୍ବାଂଚଳ ଏକ୍ସପ୍ରେସ-ୱେ ଦୁର୍ଘଟଣାରେ ବିହାରର ଦମ୍ପତିଙ୍କ ସମେତ 3ଜଣଙ୍କ ମୃତ୍ୟୁ
ସୁଲତାନପୁର, 25 ଫେବ୍ରୁଆରି (ହି.ସ.)- ପୂର୍ବାଂଚଳ ଏକ୍ସପ୍ରେସ ୱେରେ ଗତକାଲି ରାତିରେ ପ୍ରୟାଗରାଜରୁ ଫେରୁଥିବା ସ୍କର୍ପିଓକୁ ଏକ ଟ୍ରକ ପଛପଟୁ ଧକ୍କା ଦେଇଛି । ଦୁର୍ଘଟଣାରେ 3ଜଣ ଲୋକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଅନ୍ୟ ତିନିଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ
ପୂର୍ବାଂଚଳ ଏକ୍ସପ୍ରେସ-ୱେ     ଦୁର୍ଘଟଣାରେ ବିହାରର ଦମ୍ପତିଙ୍କ ସମେତ 3ଜଣଙ୍କ ମୃତ୍ୟୁ


ସୁଲତାନପୁର, 25 ଫେବ୍ରୁଆରି (ହି.ସ.)- ପୂର୍ବାଂଚଳ

ଏକ୍ସପ୍ରେସ ୱେରେ ଗତକାଲି ରାତିରେ ପ୍ରୟାଗରାଜରୁ ଫେରୁଥିବା ସ୍କର୍ପିଓକୁ ଏକ ଟ୍ରକ ପଛପଟୁ

ଧକ୍କା ଦେଇଛି । ଦୁର୍ଘଟଣାରେ 3ଜଣ ଲୋକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଅନ୍ୟ

ତିନିଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ଜିଲ୍ଲାର କୁରେଭାର ଥାନା

ଅଂଚଳରେ ଏକ୍ସପ୍ରେସ-ୱେର 116.7 କିଲେମିଟରରେ ସୋମବାର ବିଳମ୍ବିତ ସନ୍ଧ୍ୟାରେ ସ୍କର୍ପିଓ କୁରେଭାର

ଟୋଲରୁ ହଲିୟାପୁର ଟୋଲ ଅଭିମୁଖେ ଯାଉଥିଲା । ଏକ ଭାରସାମ୍ୟ ହରାଇଥିବା ଟ୍ରକ ପଛପଟୁ ଜୋରଦାର

ଧକ୍କା ଦେଇଥିଲା । ଟ୍ରକ ଚାଳକ ଦୁର୍ଘଟଣା ପରେ ଗାଡି ଛାଡି ପଳାଇଥିବା ସୂଚନା ମିଳିଛି । ସମସ୍ତ

ଆହତଙ୍କୁ ମେଡିକାଲ ନିଆଯାଇଥିଲା । ଡକ୍ଟର ତିନିଜଣଙ୍କୁ ମୃତ ଘୋଷିତ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande