ଡିଜିଏମଓ ମଣିପୁର ଗସ୍ତ କଲେ, ଭାରତ-ମିଆଁମାର ସୀମାରେ ସେନାର ଦେଖିଲେ ସୁରକ୍ଷା ପ୍ରସ୍ତୁତି
- ସୀମାନ୍ତ ଅଂଚଳ ସମେତ ରାଜ୍ୟର ବର୍ତମାନର ସୁରକ୍ଷା ସମ୍ବନ୍ଧୀୟ ବିକାଶର କଲେ ମୂଲ୍ୟାଙ୍କନ ନୂଆଦିଲ୍ଲୀ, ୨୫ ଫେବୃଆରୀ (ହି.ସ.)- ଭାରତୀୟ ସେନାର ସାମରିକ ଅଭିଯାନ ମହାନିର୍ଦ୍ଦେଶକ ଲେଫ୍ଟନାଂଟ ଜେନେରାଲ ରାଜୀବ ଘଇ, ବିଦ୍ୟମାନ ସୀମା ଭିତିଭୂମିର ବିକାଶ ସମୀକ୍ଷା କରିବା ପାଇଁ ଭାରତ-ମିଆଁମାର ସୀମା ପରିଦର୍
ଡିଜିଏମଓ ମଣିପୁର ଗସ୍ତ କଲେ, ଭାରତ-ମିଆଁମାର ସୀମାରେ ସେନାର ଦେଖିଲେ ସୁରକ୍ଷା ପ୍ରସ୍ତୁତି


- ସୀମାନ୍ତ ଅଂଚଳ ସମେତ ରାଜ୍ୟର ବର୍ତମାନର ସୁରକ୍ଷା ସମ୍ବନ୍ଧୀୟ ବିକାଶର କଲେ ମୂଲ୍ୟାଙ୍କନ

ନୂଆଦିଲ୍ଲୀ, ୨୫ ଫେବୃଆରୀ (ହି.ସ.)- ଭାରତୀୟ ସେନାର ସାମରିକ ଅଭିଯାନ ମହାନିର୍ଦ୍ଦେଶକ ଲେଫ୍ଟନାଂଟ ଜେନେରାଲ ରାଜୀବ ଘଇ, ବିଦ୍ୟମାନ ସୀମା ଭିତିଭୂମିର ବିକାଶ ସମୀକ୍ଷା କରିବା ପାଇଁ ଭାରତ-ମିଆଁମାର ସୀମା ପରିଦର୍ଶନ କରିଥିଲେ। ମଙ୍ଗଳବାର ଦିନ, ତାଙ୍କର ଦୁଇ ଦିନିଆ ଗସ୍ତର ଶେଷ ଦିନରେ, ସେ ଭାରତୀୟ ସେନାର କାର୍ଯ୍ୟକ୍ଷମ ପ୍ରସ୍ତୁତି ଉପରେ ଧ୍ୟାନ ଦେଇଥିଲେ। ସେ ସୀମାନ୍ତରେ ସୁରକ୍ଷା ପରିସ୍ଥିତି ଏବଂ ସୀମାନ୍ତ ଅଂଚଳ ସମେତ ରାଜ୍ୟରେ ପ୍ରଚଳିତ ସୁରକ୍ଷା ସମ୍ବନ୍ଧୀୟ ବିକାଶର ମୂଲ୍ୟାଙ୍କନ କରିଥିଲେ।

ଲେଫ୍ଟନାଂଟ ଜେନେରାଲ ରାଜୀବ ଘଇ ଫେବୃଆରୀ ୨୪-୨୫ ତାରିଖରେ ମଣିପୁର ଗସ୍ତ ସମୟରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲା, ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଥିଲେ। ଡିଜିଏମଓ ଭାରତ-ମିଆଁମାର ସୀମା (ଆଇଏମବି)ରେ ଭାରତୀୟ ସେନାର କାର୍ଯ୍ୟକ୍ଷମ ପ୍ରସ୍ତୁତି ଏବଂ ସୀମାନ୍ତ ଅଂଚଳ ସମେତ ରାଜ୍ୟରେ ବର୍ତମାନର ସୁରକ୍ଷା ସମ୍ବନ୍ଧୀୟ ବିକାଶର ସମୀକ୍ଷା କରିଥିଲେ। ଆଲୋଚନା ସମୟରେ ସେ 'ସରକାରଙ୍କ ସାମଗ୍ରିକ ଆଭିମୁଖ୍ୟ' ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ରାଜ୍ୟର ସାମ୍ପ୍ରତିକ ସୁରକ୍ଷା ପରିସ୍ଥିତିକୁ ସ୍ୱାଭାବିକ କରିବା, ବିଶେଷକରି ସୀମା ପରିଚାଳନାକୁ ବୃଦ୍ଧି କରିବା ଏବଂ ସୀମା ସୁରକ୍ଷା ଭିତିଭୂମିକୁ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା। ଲେଫ୍ଟନାଂଟ ଜେନେରାଲ ଘଇଙ୍କ ଗସ୍ତ ମଣିପୁରରେ ରଣନୈତିକ ପଦକ୍ଷେପ କାର୍ଯ୍ୟକାରୀ କରିବା ପାଇଁ ସାମରିକ ଏବଂ ରାଜ୍ୟ କର୍ତୃପକ୍ଷଙ୍କ ମଧ୍ୟରେ ଏକ ସହଯୋଗୀ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିଥିଲା।

-------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande