ନୂଆଦିଲ୍ଲୀ, 25 ଫେବ୍ରୁଆରି (ହି.ସ.)- ପ୍ରଗତି
ମୈଦାନର ଭାରତ ମଣ୍ଡପମରେ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତୀୟ
କୋଷ୍ଟଗାର୍ଡର କର୍ମୀଙ୍କୁ ବୀରତା, ବିଶିଷ୍ଟ ସେବା ଓ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରିଛନ୍ତି
। ଯାହାକି ପ୍ରାୟତଃ ଚ୍ୟାଲେଂଜପୂର୍ଣ୍ଣ ଓ ଚମର ପରିସ୍ଥିତି ପାଇଁ ପ୍ରଦାନ କରାଯାଏ । ସମାରୋହ
ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ସେରିମନିଆଲ ଗାର୍ଡର ନିରୀକ୍ଷଣ କରିଥିଲେ ।
ପ୍ରତିରକ୍ଷା ମନ୍ତ୍ରୀ
ଆଇସିଜି କର୍ମୀଙ୍କୁ ରାଷ୍ଟ୍ରପତି କୋଷ୍ଟଗାର୍ଡ ପଦକ ଓ କୋଷ୍ଟଗାର୍ଡ ପଦକ ସେମାନଙ୍କ ଅନୁକରଣୀୟ
ସେବାଳ ବୀରତାର କାର୍ଯ୍ୟ ଓ କର୍ତ୍ତବ୍ୟ ପ୍ରତି ନିସ୍ୱାର୍ଥ ସମର୍ପଣ ପାଇଁ ସମ୍ମାନରେ ପ୍ରଦାନ
କରାଯାଇଛି । ସମାରୋହରେ ପ୍ରାୟ 32 ପୁରସ୍କାର ପ୍ରଦାନ କରାଯାଇଛି, ଯେଉଁଥିରେ ବିଶିଷ୍ଟ ସେବା
ପାଇଁ 6 ପିଟିଏମ, ବୀରତା ପାଇଁ 11 ଟିଏମ ଓ ପ୍ରଶଂସନୀୟ ସେବା ପାଇଁ 15 ଟିଏମ ସାମିଲ ରହିଛି ।
ଏହି ପୁରସ୍କାର ଆଇସିଜି କର୍ମୀଙ୍କ ଅତୁଟ ସାହସ, ବୀରତା ଓ ପ୍ରତିବଦ୍ଧତାର ପ୍ରମାଣ ଅଟେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା