ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.) – ରାସନ କାର୍ଡ ରେ ଆଇଟି ରିଟର୍ଣ ଦାଖଲ କାରୀ ଙ୍କୁ ସାମିଲ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । କଂଗ୍ରେସ ବିଧାୟକ ପବିତ୍ର ସାଉଂଟା କହିଛନ୍ତି ଯେ ସରକାର ଯାହା ନିଷ୍ପତ୍ତି ନେଉଛନ୍ତି ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ଡବଲ ଇଞ୍ଜିନ୍ ସରକାର ରେ କାହା କାହା ଭିତରେ ସାମଞ୍ଜସ୍ୟ ନାହିଁ। ମନ୍ତ୍ରୀ ଗୋଟେ କଥା କହିଲେ ସଚିବ ଆଉ ଗୋଟେ କଥା କହୁଛନ୍ତି। ରାସନ କାର୍ଡ ତାଲିକାରୁ ନାଁ କାଟି ଲୋକଙ୍କୁ ହଇରାଣ ନ କରନ୍ତୁ।
ସେ କହିଛନ୍ତି ଯେ, ଧାନ କଟନି ଛଟନି ଜାରି ରହିଚି। କୁଇଣ୍ଟାଲ ପିଛା 10 ପ୍ରତିଶତ ଧାନ କାଟୁ ଛନ୍ତି। ଠନ ଠନ କହିଥିଲେ କିନ୍ତୁ 48 ଦିନ ପରେ ବି ପଇସା ଦେଖା ନାହିଁ। ଚାଷୀ ହଇରାଣ ହେଉଛନ୍ତି
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ