କୋଲକାତା, 25 ଫେବ୍ରୁଆରି (ହି.ସ.)
- ମଙ୍ଗଳବାର
ସକାଳେ ବଙ୍ଗୋପସାଗରରେ ଭୂକମ୍ପ ଝଟ୍କା ଯୋଗୁ କୋଲକାତା ଓ ଆଖପାଖ ଅଂଚଳରେ ଲୋକେ ଭୟଭୀତ
ହୋଇପଡିଛନ୍ତି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଅନୁସାରେ, ଏହି ଭୂକମ୍ପ ସକାଳ 6.10 ବେଳେ
ରେକର୍ଡ ହୋଇଛି, ଯାହାର ତୀବ୍ରତା 5.1 ରହିଛି ।
ଆଇଏମଡି ଅଧିକାରୀଙ୍କ
ମୁତାବକ ଭୂକମ୍ପର କେନ୍ଦ୍ର ବଙ୍ଗୋପସାଗରରେ ଥିଲା, ଯାହାର ଗଭୀରତା 91 କିଲୋମିଟର ଥିଲା । ଭୂକମ୍ପ
ଝଟ୍କା ମୁଖ୍ୟତଃ ଓଡ଼ିଶାର ପୁରୀ ଉପକୂଳ ନିକଟରେ ଅନୁଭୂତ ହୋଇଛି, ଯାହାର ଅକ୍ଷାଂଶ 19.52
ଡିଗ୍ରୀ ଉତର ଓ ଦେଶାନ୍ତର 88.55 ଡିଗ୍ରୀ ପୂର୍ବରେ ରେକର୍ଡ ହୋଇଛି । ଭୂକମ୍ପ କାରଣରୁ କୌଣସି
ଧନଜୀବନ କ୍ଷୟକ୍ଷତି ହୋଇନାହିଁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା