ମହାକୁମ୍ଭ ନଗର, 25 ଫେବ୍ରୁଆରି (ହି.ସ.)
-
ମହାଶିବରାତ୍ରି ଏବଂ ମହାକୁମ୍ଭ ପର୍ବ ଅବସରରେ ଶ୍ରଦ୍ଧାଳୁଙ୍କ ଭିଡକୁ ନିୟନ୍ତ୍ରଣ କରିବା ପାଇଁ
ଫେବୃୟାରୀ 25 ଅପରାହ୍ନ 4ଟାରୁ ମେଳା ଅଂଚଳ ଓ ସନ୍ଧ୍ୟା 6ଟାରୁ କମିଶନରେଟ୍ ପ୍ରୟାଗରାଜ ନୋ-ଭେହିକିଲ
ଜୋନ ଘୋଷଣା କରାଯାଇଛି । ଏହି ନିଷ୍ପତିକୁ ପାଳନ କରି ସୂଚାରୁ ଯାତାୟତ ଏବଂ ଶ୍ରଦ୍ଧାଳୁଙ୍କ
ସୁବିଧାରେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କ ଅପିଲ କରାଯାଇଛି ।
ଶ୍ରଦ୍ଧାଳୁଙ୍କ ସୁରକ୍ଷା
ଏବଂ ଭିଡ ପ୍ରବନ୍ଧନ ଦୃଷ୍ଟିକୋଣରୁ ପ୍ରଶାସନ ପ୍ରବେଶ ପଥ ଅନୁସାରେ ସ୍ନାନ ଘାଟକୁ ନିର୍ଦ୍ଧାରଣ
କରିଛି । ଝୁସିରୁ ଆସୁଥିବା ଶ୍ରଦ୍ଧାଳୁ ଦକ୍ଷିଣ ଝୁସିର ଶ୍ରଦ୍ଧାଳୁ ସଙ୍ଗମ ଦ୍ୱାର ଐରାବତ ଘାଟରେ
ସ୍ନାନ କରିବେ ।
ଉତର ଝୁସିର ଶ୍ରଦ୍ଧାଳୁ
ସଙ୍ଗମ ହରିଶ୍ଚନ୍ଦ୍ର ଘାଟ ଏବଂ ସଙ୍ଗମ ଓଲ୍ଡ ଜିଟି ଘାଟର ଉପଯୋଗ କରିବେ । ପରେଡ୍ କ୍ଷେତ୍ରରୁ
ଆସୁଥିବା ଶ୍ରଦ୍ଧାଳୁ ସଙ୍ଗମ ଦ୍ୱାର ଭରଦ୍ୱାଜ ଘାଟ ସଙ୍ଗମ ଦ୍ୱାର ନାଗବାସୁକୀ ଘାଟ ସଙ୍ଗମ ଦ୍ୱାର
ମୋରି ଘାଟ ସଙ୍ଗମ ଦ୍ୱାର କାଳୀ ଘାଟ ସଙ୍ଗମ ଦ୍ୱାର ରାମଘାଟ ସଙ୍ଗମ ଦ୍ୱାର ଘାଟରେ ସ୍ନାନ କରିବେ
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା